/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726062401.jpg)
Crematorium for dogs
କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଲିଖିତ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଉତ୍ତର ରଖିଛନ୍ତି ।
Advertisment
ଏଥିରେ ସେ ଦର୍ଶାଇଛନ୍ତି, ରାଜ୍ୟରେ କୁକୁରଙ୍କ ପାଇଁ ଶ୍ମଶାନ ନିର୍ମାଣ କରିବା ଲାଗି ବିଭାଗ ଏ ଯାଏଁ ବିଚାର କରି ନାହିଁ । କିନ୍ତୁ ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ ତେଣୁ ପରିବେଶର ଦିଗ ତଥା ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)