ମଦ ତ ମଦ, ପୁଣି କୋଲ୍ଡ ଡ୍ରିଙ୍କସ ବୋତଲରେ ମଦ...ଏକ ବ୍ରାଣ୍ଡେଡ୍ କମ୍ପାନୀର କୋଲ୍ଡ ଡ୍ରିଙ୍କସ ବୋତଲର ଏସବୁ ଦୃଶ୍ୟ ଦେଖିଲେ ଲାଗୁନି ତାହାରି ଭିତରେ ଥିବ ହାନୀକାରକ ଦେଶୀ ମଦ ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।
ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍ ପତ୍ରେ ପତ୍ରେ ଭଳି ଯାଇ ରେଡ୍ କରିଥିଲା।