/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641788812.jpg)
police seized liqiour
ଆଠଗଡ଼(ନୀଳକଣ୍ଠ ଦୋରା): ଘଞ୍ଚ ଜଙ୍ଗଲରେ ଗଛ ଉପରେ ରଖାଯାଇଥିଲା ଦେଶୀ ମଦ ଓ ପୋଚ୍। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ଉଭୟ ଜଙ୍ଗଲୀ ଜନ୍ତୁ ଓ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ପାଇଁ ମଦ ମାଫିଆମାନେ ବେଆଇନ୍ ମଦ କାରବାରକୁ ଲୁଚାଇବାକୁ ଏଭଳି ନୂଆ ଫର୍ମୁଲା ଅପାଣାଇଥିଲେ। ହେଲେ ଚୋର ଡାଳେ ଡାଳେ ଗଲେ ପୋଲିସ୍ ପତ୍ରେ ପତ୍ରେ ଭଳି ଯାଇ ରେଡ୍ କରିଥିଲା। ଗଛରେ ଚଢି ଅବକାରୀ ପୋଲିସ୍ ଗଛ ଉପରେ ରଖା ଯାଇଥିବା ଦେଶୀ ମଦ ଓ ପୋଚ୍ ନଷ୍ଟ କରିଛନ୍ତି। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଡାଳୁଆରିଜର୍ଭ ଫରେଷ୍ଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଗଛ ଉପରେ ଦେଶୀ ମଦ ଓ ପାଉଚ୍ ରଖାଯାଇଥିବା ନେଇ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହାପରେ ଚଢ଼ାଉ ହୋଇଥିଲା। ଅବକାରୀ ପୋଲିସ୍ ଗଛ ଉପରେ ଚଢ଼ି ୭ ହଜାର ୫ ଶହ ଲିଟର ବେଆଇନ୍ ପୋଚ୍ ନଷ୍ଟ କରିବା ସହ ଏବଂ ୪୬୦ ଲିଟର ବେଆଇନ ମଦ ଜବତ କରିଥିଲା।
କେହି ଯେପରି ଜାଣି ପାରିବେନି ସେନେଇ ଗଛ ଉପରେ ମଞ୍ଚା ବାନ୍ଧିଥିଲେ ମଦ ବେପାରୀ। ମଞ୍ଚା ଉପରେ ଶହ ଶହ ଲିଟର ମଦକୁ ଲୁଚାଇ ରଖିଥିଲେ। ଉଭୟ ଜଙ୍ଗଲୀ ଜନ୍ତୁ ଓ ଅବକାରୀ ବିଭାଗ ନଜରରୁ ବର୍ତ୍ତିବାକୁ ମଦ ମାଫିଆ ଏପରି କରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)