/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724486079.jpg)
Country Liquor Seized
ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ଆକ୍ସନ ମୁଡ୍ରେ ସରକାର । ଦେଶୀ ମଦ ଭାଟି ଉପରେ ଘନ ଘନ ରେଡ୍ କରୁଛି ପୋଲିସ୍ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍ । କମିଶନରେଟ ପୋଲିସର ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହୋଇଛି । ଚଢ଼ାଉ ସମୟରେ ସେଠାରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ଏମିତିକି ସେଠାରେ ୱାଇଫାଇ, ଏସି ଲାଗିଥିବା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ମଧ୍ୟ ରହିଥିଲା । ତେବେ ଏହି ରେଡ୍ ବେଳେ ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରିଛି କମିଶନରେଟ୍ ପୋଲିସ୍ ।
ସେପଟେ ସାଲିଆ ସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ସେଠାରେ ଚାଲିଲା ବୁଲଡୋଜର । ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଛି କମିଶନରେଟ୍ ପୋଲିସ୍ ।
#ସାଲିଆ_ସାହିରେ_ଦେଶୀ_ମଦ_କାରଖାନା
କମିଶନରେଟ ପୋଲିସର ଚଢ଼ାଉ ବେଳେ ୩ ଦେଶୀ ମଦ କାରଖାନା ଠାବ ହୋଇଛି । ବିପୁଳ ଦେଶୀ ମଦ ଓ ପୋଚ ସହ ପ୍ରସ୍ତୁତକାରୀ ସରଞ୍ଜାମ ଜବତ କରାଯାଇଛି ।..#Bhubaneswar#CountryLiquor#Odisha#OTVpic.twitter.com/MyYW48e0Ni— ଓଟିଭି (@otvkhabar) August 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)