Advertisment

Murder: କଲେଜରେ ହେଲା ବଚସା, ରାସ୍ତାରେ ବାଇକକୁ SUV ଚଢ଼ାଇ ମାରିଦେଲେ ଛାତ୍ରଙ୍କୁ

ନିଥିନ ଜଣେ ଅଫିସର ହେବାର ସ୍ୱପ୍ନ ଦେଖୁଥିଲା ଓ ଆମ ପାଇଁ ଏକ ଘର ତିଆରି କରିବାକୁ ଚାହୁଁଥିଲା। ଏବେ ଆମେ କେବଳ ତା ସ୍ମୃତି ସହିତ ବଞ୍ଚି ରହିବୁ।" ସେ ଆହୁରି କହିଛନ୍ତି ଯେ ଚନ୍ଦ୍ରୁ ଭଳି ବ୍ୟକ୍ତିଙ୍କୁ ମୁକ୍ତ ଭାବେ ଘୂରି ବୁଲିବାକୁ ଦିଆଯିବା ଉଚିତ ନୁହେ, କାରଣ ଏହା ଭବିଷ୍ୟତରେ ଆହୁରି ବିପଦ ସୃଷ୍ଟି କରିପାରେ।

author-image
Tapan Kumar Swain
MURDER

MURDER

ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ନିଥିନ ସାଇଙ୍କୁ କେତେଜଣ ଛାତ୍ର ରେଞ୍ଜ ରୋଭର ଗାଡ଼ି ଚଢ଼ାଇ ମାରି ଦେଇଛନ୍ତି । କଲେଜରେ ସାମାନ୍ୟ ବଚସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ନିଥିନ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିଲେ ।

Advertisment

ଚେନ୍ନାଇର ଏକ କଲେଜରେ ଜଣେ ଝିଅ କଥାକୁ ନେଇ ଦୁଇ ଜଣ ଛାତ୍ର ଭେଙ୍କଟେଶ ଓ ପ୍ରଣବଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସାରୁ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ଏହାପରେ ନିଥିନ ଓ ତାଙ୍କ ସାଙ୍ଗମାନେ ଜଣେ ସାଙ୍ଗର ଜନ୍ମଦିନ ପାଳନ କରୁଥିଲେ। ନିଥିନଙ୍କ ବନ୍ଧୁ ବଦ୍ରୀଙ୍କ କହିବା ଅନୁଯାୟୀ, ସେମାନେ ଜୁନିୟର ଛାତ୍ରଙ୍କଠାରୁ ଏକ ଏସଓଏସ କଲ୍ ପାଇଥିଲେ, ଯେଉଁଥିରେ ଏକ ଝଗଡ଼ା ହେବାର ସୂଚନା ମିଳିଥିଲା। ପ୍ରଥମେ ଅଭିଯୁକ୍ତମାନେ ନିଥିନ ଓ ତାଙ୍କ ବନ୍ଧୁଙ୍କ ବାଇକକୁ ରାସ୍ତାରେ ଧକ୍କା ଦେଇଥିଲେ। ଏହା ପରେ କିଛି ଛାତ୍ର ରେଞ୍ଜ ରୋଭର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହି ଉତ୍ତେଜନା ମଧ୍ୟରେ ନିଥିନ ଓ ତାଙ୍କ ବନ୍ଧୁ ଅଭି ବାଇକରେ ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ରେଞ୍ଜ ରୋଭରରେ ଥିବା ଅଭିଯୁକ୍ତମାନେ ସେମାନଙ୍କୁ ପିଛା କରି ନିଥିନ ଓ ଅଭିଙ୍କ ବାଇକକୁ ଜୋରରେ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ନିଥିନଙ୍କର ମୃତ୍ୟୁ ହୋଇଥିଲା ଓ ଅଭି ଗୁରୁତର ଭାବେ ଆହତ ହୋଇଥିଲେ। ବଦ୍ରୀ କହିଛନ୍ତି ଯେ ଅସଲ ଟାର୍ଗେଟ ଥିଲେ ଭେଙ୍କଟେଶ । ସିଏ ଅନ୍ୟ ଏକ ବାଇକରେ ଥିଲେ।

ଏହି ଘଟଣାରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଚନ୍ଦ୍ରୁ, ପ୍ରଣବ ଓ ଅନ୍ୟ ଜଣେ ଅଛନ୍ତି। ଚନ୍ଦ୍ରୁ ହେଉଛି ଜଣେ ଡିଏମକେ କାଉନସିଲରଙ୍କ ନାତି । ଚତୁର୍ଥ ଅଭିଯୁକ୍ତ ଏବେ ବି ଫେରାର ଅଛି । ପ୍ରାରମ୍ଭରେ ପୋଲିସ ଏହାକୁ ଏକ ସାଧାରଣ ଦୁର୍ଘଟଣା ବୋଲି ଭାବିଥିଲା, କିନ୍ତୁ ନିଥିନଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପରେ ହତ୍ୟା ମାମଲା ରୁଜୁ କରିଥିଲା। ନିଥିନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଚନ୍ଦ୍ରୁ ଓ ପ୍ରଣବ ରାଜନୈତିକ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି । ଚନ୍ଦ୍ରୁ ପୂର୍ବରୁ ଏନେକ ଗଣ୍ଡଗୋଳ ଘଟଣାରେ ଜଡ଼ିତ ।

Advertisment

ନିଥିନଙ୍କ ମାଆ ମୁଥୋଝି ଓ ବାପା ସୁରେଶ ଏହି ଘଟଣା ପରେ ଭାଙ୍ଗି ପଡିଛନ୍ତି । ମୁଥୋଝି କହିଛନ୍ତି, "ନିଥିନ ଜଣେ ଅଫିସର ହେବାର ସ୍ୱପ୍ନ ଦେଖୁଥିଲା ଓ ଆମ ପାଇଁ ଏକ ଘର ତିଆରି କରିବାକୁ ଚାହୁଁଥିଲା। ଏବେ ଆମେ କେବଳ ତା ସ୍ମୃତି ସହିତ ବଞ୍ଚି ରହିବୁ।" ସେ ଆହୁରି କହିଛନ୍ତି ଯେ ଚନ୍ଦ୍ରୁ ଭଳି ବ୍ୟକ୍ତିଙ୍କୁ ମୁକ୍ତ ଭାବେ ଘୂରି ବୁଲିବାକୁ ଦିଆଯିବା ଉଚିତ ନୁହେ, କାରଣ ଏହା ଭବିଷ୍ୟତରେ ଆହୁରି ବିପଦ ସୃଷ୍ଟି କରିପାରେ। ପରିବାର ଏକ ସମ୍ପୂର୍ଣ୍ଣ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ମିଳିବା ପାଇଁ ସେମାନେ ଦାବି କରିଛନ୍ତି ।

ବିରୋଧୀ ଦଳ ଏଆଇଏଡିଏମକେ ଓ ବିଜେପି ଏହାକୁ ଡିଏମକେ ସରକାର ବିରୋଧରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ତେବେ ଡିଏମକେର ବରିଷ୍ଠ ନେତା ଟିକେଏସ ଇଲାଙ୍ଗୋଭନ ଏହା ରାଜନୈତିକ ନୁହେଁ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୁଷ୍କର୍ମ ମାମଲାରେ ଦୋଷୀ, ଶାଢ଼ିରୁ ମିଳିଲା ବଳିଷ୍ଠ ପ୍ରମାଣ

Murder Student Colleges SUV Case
Advertisment
Advertisment