ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।
ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଏହି ସୁବିଧା।
ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।