/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664004526.jpg)
Last video of ZP member Dharmendra Sahoo goes viral
ଗୋଟିଏପଟେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍ ହୋଇଛି।ଯେଉଁଥିରେ ସେ ନିଜ ରାଜନୈତିକ ଓ ପାରିବାରିକ କଥା କହୁଥିବା ଦେଖିବାକୁ ମିଳିଛି।
ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ନଜର ଆସିଛି। ତାଙ୍କ ନାଁରେ ମିଛ କଥା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ଏହାସହ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ମଧ୍ୟ ସେ ଭାଇରାଲ୍ ଭିଡିଓରେ କହିଛନ୍ତି।
‘ମୋ ନାଁରେ ଉଠିଥିବା ଗୁଜବ ଖବର ଉପରେ କିଏ ପ୍ରମାଣ ଦେଇ ଦେଲେ, ମୋତେ ଆଉ ରାଜନୀତି କି ସାମାଜିକ କ୍ଷେତ୍ରରେ ଦେଖିବାକୁ ପାଇବେନି। ରାଜନୀତି ପାଇଁ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଏସବୁ ଖୁବ୍ ଶୀଘ୍ର ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବି’ ବୋଲି ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହିଛନ୍ତି।
ଅନ୍ୟପକ୍ଷେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ତାଙ୍କ ଶ୍ୱଶୁର କହିଛନ୍ତି ଯେ, ‘ସେ(ଧର୍ମେନ୍ଦ୍ର ସାହୁ) ମୋ ଝିଅକୁ ବହୁତ ଟର୍ଚର କରୁଥିଲା। ତାଙ୍କୁ ଖାଲି ଟଙ୍କା ଦରକାର ହେଉଥିଲା।’
ସୂଚନାଥାଉ କି, ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ତେବେ ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)