Advertisment

ଆସିଲା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader Dharmendra Sahoo

BJD Leader Dharmendra Sahoo Dies Due To Suffocation Postmortem Report Reveals

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

Advertisment

ଧର୍ମେନ୍ଦ୍ରଙ୍କ ଶରୀରର ଆଉ କୌଣସି ସ୍ଥାନରେ ଆଘାତର ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନାଥାଉ କି, ଶନିବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। 

ଅନ୍ୟପକ୍ଷେ, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଘଟଣା ଯାହା ଘଟିଛି ସେଥିପାଇଁ ମୁଁ ଦୁଃଖିତ। ମୋ ଜିଲ୍ଲା ପରିଷଦ ଜୋନ୍ ଯେହେତୁ, ତେଣୁ ମୁଁ ମର୍ମାହତ। ବାକି ବିବାଦ କ’ଣ ମୁଁ ଜାଣିନି। ପରିବାରରୁ ତ  କିଛି ଆସିନି। ବାକି ବିରୋଧୀ ଦଳ କ’ଣ କହୁଛନ୍ତି ସେନେଇ ମୁଁ ଉତ୍ତର ରଖିବାକୁ ଉଚିତ ମନେ କରୁନି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Advertisment

ସୂଚନାଥାଉ କି, କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ପାରିବାରିକ କଳହକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେ ନେଲେ ତାହା ସ୍ପଷ୍ଟ ହୋଇନାହିଁ। 

ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଛି। ତେବେ ଭିଡିଓଟି ଲୋକଲୋଚନକୁ ଆସିବା ଆଗରୁ ଝୁଲନ୍ତା ଅବସ୍ଥାରେ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଧର୍ମେନ୍ଦ୍ରଙ୍କ ମୋବାଇଲ୍‌କୁ ଏବେ ପୋଲିସ ଜବତ କରିଛି । ଆଉ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି । ଏଠି ପ୍ରଶ୍ନ, ସେହି ୨ଟି ମୋବାଇଲ୍‌ରେ କି ଭିଡିଓ ରହିଛି ? କାହାର ଭିଡିଓ ରହିଛି ? ମୋବାଇଲ୍‌ରେ ଲୁଚି ରହିଛି କି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ ? କେଉଁ ପ୍ରଭାବଶାଳୀ ନେତାଙ୍କ ରହିଛି କି ଗୁପ୍ତ ତଥ୍ୟ ? ଏବେ ସେହି ମୋବାଇଲ୍‌ରେ ଥିବା ଭିଡିଓ ସବୁ ସୁରକ୍ଷିତ ଅଛି ତ ? ମୋବାଇଲ୍‌ରୁ କେତେ ସତ ବାହାର କରିବ ପୋଲିସ ? ସେନେଇ ଲୋକଙ୍କ ମନରେ ଏବେ ନାନା ପ୍ରଶ୍ନ ଉଙ୍କି ମାରୁଛି ।

BJD Leader BJD Leader Found Dead BJD Leader Dharmendra Sahoo Death
Advertisment
Advertisment