• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭାଙ୍ଗିରୁଜି ଗଲାଣି ଆସବାବପତ୍ର, ଚେୟାର

କଟକ(ପ୍ରଭାତ ବିଷୋୟୀ) : ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ପାଠାଗାରର ପୁସ୍ତକ ଭିତରୁ ଜଣେ ପାଠକ ତାର ସବୁ କିଛି ପ୍ରଶ୍ନର ଉତ୍ତର ପାଇବା ପାଇଁ ସବୁବେଳେ ଚେଷ୍ଟା କରିଥାଏ । ହଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ଥିତ୍ୱ ହରାଇବାକୁ ବସିଲାଣି । 

କଟକ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାରର । କଟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲ ପାଇଁ ଗତବର୍ଷ ପାଠାଗାରକୁ ଉଛେଦ କରାଯାଇଥିଲା । ପାଠାଗାରର ନୂତନ ଗୃହ ଖୁବଶୀଘ୍ର ପୁରୀ ବସଷ୍ଟାଣ୍ଡ ନିକଟରେ ଥିବା ସରକାରୀ ଯାଗାରେ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇଥିଲା । ହେଲେ ଏହା କେବଳ ପ୍ରତିଶ୍ରୁତିରେ ରହିଗଲା । କଟକ ମହାନଗର ନିଗମ ଅଧିନରେ ଥିବା ଏହି ପାଠାଗାରକୁ ଅସ୍ଥାୟୀ ଭାବେ ଜୁଡିସିଆଲ ଏକାଡେମୀ ନିକଟରେ ଥିବା ହାଇକୋର୍ଟ ରେକର୍ଡ ସଂରକ୍ଷଣ ବିଲଡିଂକୁ ସ୍ଥାନାନ୍ତର କରାଯାଇଛି ।

 

ହେଲେ ଏହି ଅସ୍ଥାୟୀ ପାଠାଗାରରେ ଅନେକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି ଅଧିକାଂଶ ବେଳେ ବନ୍ଦ ରହୁଥିବା କହିଛନ୍ତି ପାଠକ । ଭାଙ୍ଗିରୁଜି ଗଲାଣି ଆସବାବପତ୍ର । କେଉଁଠି ଭଙ୍ଗା ଟେବୁଲ୍ ଚେୟାର ଗଦା ହୋଇ ରହିଛି ତ ଆଉ କେଉଁଠି ଭଙ୍ଗା ଚେୟାରରେ ବସି ପାଠକ ପାଠ ପଢ଼ୁଛନ୍ତି । ସ୍ଥାୟୀ ଘର ନଥିବାରୁ ଭଡା ଘରେ ଚାଲିଛି ପାଠାଗାର ।

ତେବେ ଆଗରୁ ପ୍ରତିଦିନ ପାଠାଗାରାକୁ ୩୦୦ରୁ ଅଧିକ ପାଠକ ଆସୁଥିବା ବେଳେ ଏବେ ୬୦ରୁ ୭୦ ଉପସ୍ଥାନ ରହୁଛି । ଭଙ୍ଗା ଚେୟାରରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ପର୍ଯ୍ୟାପ୍ତ ପରିମାଣର ପୁସ୍ତକ ନାହିଁ । ବହି ରଖିବା ଥାକ ସବୁ ଭାଙ୍ଗି ରୁଜି ଗଲାଣି । ସରକାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ସହ ଖେଳ ଖେଳୁଥିବା କ୍ଷୋଭର ସହ କହିଛନ୍ତି ପାଠକ । ସେପଟେ ସିଏମସି କମିଶନର କହିଛନ୍ତି, ସରକାରଙ୍କୁ ପ୍ରୋପଜାଲ ପଠାଯାଇଛି, ଖୁବ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ।