ବେଡ୍ ହଲିଲା, ମୁଁ ଭାବିଲି ମୋ ଛୋଟ ପୁଅ ବେଡ୍ ଟାଣୁଛି । ତେଣୁ ମୁଁ ଧ୍ୟାନ ଦେଲିନି । ଯେତେବେଳେ ଝରକା ଥରିଲା, ମୁଁ ଜାଣିଲି ଭୂମିକମ୍ପ ହେଉଛି । ମୋ ପୁଅକୁ ଧରି ମୁଁ ସିଧା ଘର ଛାଡି ବାହାରକୁ ଚାଲି ଆସିଲି । ଆମେ ଆସି ଏକ ଖୋଲା ପଡିଆରେ ଛିଡା ହେଲୁ ।
ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ବିଖ୍ୟାତ ଭୁଟାନରେ ମୁସଲିମ ସଂପ୍ରଦାୟ ଲୋକଙ୍କ ସଂଖ୍ୟା ମାତ୍ର ୭ ହଜାର ପାଖାପାଖି । ଭୁଟାନ ବିଶ୍ୱର ତୃତୀୟ ଦେଶ ଅଟେ ଯେଉଁଠି କୌଣସି ମସଜିଦ ନାହିଁ । ଭୁଟାନ ବ୍ୟତୀତ ମୋନାକୋ ଏବଂ ସ୍ଲୋଭାକିଆରେ ମଧ୍ୟ ଗୋଟିଏ ବି ମସଜିଦ ନାହିଁ । ଭୁଟାନରେ ଅଧିକାଂଶ ମୁସଲିମ ନିଜ ନିଜ ଘରେ ନମାଜ ପଢିଥାନ୍ତି । ସେଥିପାଇଁ ଭୁଟାନର ମୁସଲିମ ସଂପ୍ରଦାୟ ୨୦୦୮ରେ ଭାରତ ସୀମାରେ ଥିବା ଜୟଗାଁରେ ଏକ ମସଜିଦ ନିର୍ମାଣ କରିଥିଲେ ।