ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।
ତପସ୍ବିନୀ ଓ ସୁମିତଙ୍କୁ ସପ୍ତାହେ ଏକାଠି ରହିବାକୁ ପରାମର୍ଶ ଦେଲେ କୋର୍ଟI କୋର୍ଟଙ୍କ ପରାମର୍ଶ ପରେ ଆସ୍କା ଚିନିକଳ ଗେଷ୍ଟ ହାଉସ୍ରେ ତପସ୍ବିନୀ ଓ ସୁମିତI ଗେଷ୍ଟ ହାଉସ୍ ବାହାରେ ତପସ୍ବିନୀ ଓ ସୁମିତଙ୍କୁ ଜଗିରହିଛି ଆସିକା ପୋଲିସI ୭ଦିନ ପରେ ପୁଣି ମାମଲାର ବିଚାର କରିବେ ବ୍ରହ୍ମପୁର SDJM କୋର୍ଟ
ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି
୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..
ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।
ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।
ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।
ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।
ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।
ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।
ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।
ବାଳ ସୁଧାର ଗୃହରୁ ୬ ଚମ୍ପଟ । ବ୍ରହ୍ମପୁର ବାଳ ସୁଧାର ଗୃହରୁ ଆସିଛି ଏ ଖବର । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ୬ ଜଣ ।
ଲୋକକଳା ରଣପାରେ ଦୀର୍ଘ ୧୩ ମିନିଟ ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ୭ବର୍ଷର ବାଳକ ବିଭାସ ସାହୁ। ଦେଖନ୍ତୁ ଏହି କୁନି ପିଲାର ରଣପା ନାଚ...
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ.. ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଏଚ୍ ଟିକରପଡା ଗାଁରେ ସ୍ମାର୍ଟ କ୍ଲାସ୍ ଏବଂ ମିଶନ ଶକ୍ତି କୋଠା ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା.. ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ.. ଗାଁର ଗରୀବଙ୍କୁ ସହାୟତା ନାହିଁ, ଗାଁକୁ ରାସ୍ତା ନାହିଁ ଏଥିପାଇଁ ଅସନ୍ତୋଷ ଜନତା ଘେରାଉ କରିଥିଲେ..
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ। ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ।
ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର ଏମିତି ଏକ ମେସିନ୍ ତିଆରି କରିଛନ୍ତି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଶରୀର ଫିଟ୍ ରହିବ। ସତ୍ୟନାରାୟଣ ତିଆରି କରିଥିବା ଓ୍ୱାସିଂ ମେସିନରେ ଆପଣ ଲୁଗା ସଫା କରିବା ବେଳେ ସାଇକେଲ ପ୍ୟାଡଲ ମାରିବାକୁ ପଡିଥାଏ। ଏହା ଦ୍ୱାରା ଶାରିରୀକ ବ୍ୟାୟାମ ହେଉଥିବାରୁ ଶରୀର ସୁସ୍ଥ ରହିବ ବୋଲି କୁହାଯାଉଛି।
ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।
ବର୍ଷାର ତାଣ୍ଡବ। ବ୍ରହ୍ମପୁରରେ ଭାଙ୍ଗିଲା ଶତାଧିକ ବର୍ଷ ପୁରୁଣା ଘର।
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି।
ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତ୍ତଙ୍କ ଭଂଗାରୁଜା । ଘରେ କେହି ନଥିବା ବେଳେ ବାହାରେ ଭଂଗାରୁଜା କରିଛନ୍ତି ଦୁର୍ବୃତ୍ତ । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଂଗାରୁଜା ହୋଇଥିବା ଜଣାପଡ଼ିଛି ।
ବ୍ରହ୍ମପୁର ସରକାରୀ ଆଇଟିଆଇରେ ସ୍ଥାପିତ ହୋଇଛି ରାଜ୍ୟର ପ୍ରଥମ ଗ୍ରାସଆର୍ଟ ପାର୍କ । ଅଦରକାରୀ ଲୁହାକୁ ବିଭିନ୍ନ ରୂପ ଦେଇ ତା’ଉପରେ ଲଗାଯାଉଛି କୃତ୍ରିମ ସବୁଜ ଘାସ ।
ବ୍ରହ୍ମପୁର : ବ୍ରହ୍ମପୁରରେ ଆଳୁ ଗୋଦାମରେ ଚଢ଼ାଉ। ସହରର ବିଭିନ୍ନ ବ୍ୟବସାୟୀ ବେଆଇନ ଭାବେ ଆଳୁ ଷ୍ଟକ୍ ରଖିଥିବା ସୂଚନା ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଛି। ବ୍ରହ୍ମପୁର ବଡ଼ ବଜାରସ୍ଥିତ ଦେଶୀ ବେହେରା ସାହି ଓ ହୋଲସେଲ୍ ମାର୍କେଟରେ ଏହି ଚଢ଼ାଉ କରାଯାଉଛି। ଉପିଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଏହି ରେଡ୍ ଚାଲୁ ରହିଛି।
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତ କନ୍ୟାକୁ ଚେଙ୍କ ଦେଇଛି ବାପା। ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗରରେ ଏଭଳି ଘଟଣା ଘଟିଛି। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଛି ପୋଲିସ।