Advertisment

ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ

ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ ।

author-image
Santosh Kumar Sahoo

ଶ୍ରୀମନ୍ଦିରରେ ଉପରେ ଆଉ ଉଡ଼ି ପାରିବନି ଗୁଇନ୍ଦା ଡ୍ରୋନ୍ । ନୀଳଚକ୍ର ଉପରୁ ଥାଇ ବେଆଇନ୍ ଭାବେ ଉତ୍ତୋଳନ କରି ହେବନି ଜଗନ୍ନାଥ ମନ୍ଦିର କି ବେଢ଼ାର ଚିତ୍ର । କେହି ଅମାନିଆ ହୋଇ ଡ୍ରୋନ୍ ଉଡ଼ାଇଲେ, ଧାଏଁ କରି ଖସାଇ ଦେବେ ସୁରକ୍ଷାକର୍ମୀ । ଭାରତ-ପାକିସ୍ତାନ ଯୁଦ୍ଧ ପରଠୁ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନାତ୍ମକ ସ୍ଥିତି ହେଉ ଅବା ଉଗ୍ରବାଦୀଙ୍କ ଟାର୍ଗେଟ୍ କିମ୍ବା ଗୁପ୍ତଚରୀ ଲକ୍ଷ୍ୟ । ଏସବୁରୁ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେବାକୁ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍ । 

Advertisment
Srimandir Anti Drone System
Advertisment
Advertisment