/odishatv-khabar/media/media_files/2026/01/20/piyush-tripathy-2026-01-20-19-55-40.jpg)
Piyush Tripathy Photograph: (OTV)
ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଫ୍ୟାନଙ୍କ ପାଇଁ ଖୁସି ଖବର। ଏଥର ପୁଣି ମଞ୍ଚ ଚଢ଼ିବେ ପୀୟୂଷ। ଆସନ୍ତାକାଲିଠୁ ଡାଏଲଗରେ ଇମୋସନ୍ ଭରିବେ। ଦର୍ଶକଙ୍କୁ ମତୁଆଲା କରିବେ। କାନ୍ଦି କନ୍ଦାଇବେ, ଆଉ ହସି ହସାଇବେ ପୀୟୂଷ ତ୍ରିପାଠୀ।
ଯାତ୍ରା ମଞ୍ଚ ଚଢ଼ିବା ପାଇଁ ତାଙ୍କୁ କୋର୍ଟରୁ ଅନୁମତି ମିଳିଛି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ କୋର୍ଟ ଉଠାଇ ଦେଇଛନ୍ତି। ଦୁଇ ବର୍ଷିଆ ଚୁକ୍ତି ଖିଲାପ କରିଥିବା ଅଭିଯୋଗରେ ପୀୟୂଷ ତ୍ରିପାଠୀଙ୍କ ମଞ୍ଚ ଚଢ଼ିବା ଉପରେ ରୋକ ଲଗାଇଥିଲେ କୋର୍ଟ।
ସୂର୍ଯ୍ୟ ମନ୍ଦିର ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଗତ ୫ ତାରିଖରେ ଭୁବନେଶ୍ବର କୋର୍ଟରେ ଅଭିଯୋଗ ପରେ ମଞ୍ଚ ଚଢ଼ିବା ଉପରେ କଟକଣା ଜାରି ହୋଇଥିଲା। ଉଭୟ ପକ୍ଷଙ୍କ ଶୁଣାଣି ପରେ ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ଭୁବନେଶ୍ବର କୋର୍ଟ ଉଠାଇଛନ୍ତି। ଫଳରେ ଆସନ୍ତାକାଲିଠୁ ପୀୟୂଷଙ୍କୁ ଦେଖିବାକୁ ମିଳିବ ଯାତ୍ରାମଞ୍ଚରେ।..
କାଲିଠୁ ମଞ୍ଚ ଚଢ଼ିବେ ପୀୟୂଷ
ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା କହିଲେ ପୀୟୂଷଙ୍କ ଓକିଲ
ପୀୟୂଷଙ୍କ ଉପରୁ ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ: ପୀୟୂଷଙ୍କ ଓକିଲ
୨ ବର୍ଷିଆ ଚୁକ୍ତି ଖିଲାପ ମାମଲାରେ ପୀୟୂଷଙ୍କୁ ରୋକ୍ ଲଗାଇଥିଲେ କୋର୍ଟ
Big Responsibility for Nitin Nabin: ନିତିନ ନବୀନଙ୍କ କାନ୍ଧରେ ବିଜେପି କମାଣ, ସମ୍ଭାଳିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ

OTV Foresight 2026: ଦିଲ୍ଲୀରେ ଓଟିଭି ଫୋରସାଇଟ୍; ବିବିଧ ପ୍ରସଙ୍ଗରେ ଅତିଥିଙ୍କ ମାନସମନ୍ଥନ

Internal War in BJD Jajpur: ଯାଜପୁର ବିଜେଡିରେ ବଡ ଫାଟ, ବବିଙ୍କ ଉଦ୍ଦେଶ୍ୟରେ ଡାନିଙ୍କ କାଗଜ ବାଘ ଉପାଖ୍ୟାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)