Advertisment

U-19 WC Final : ବୈଭବ ବିସ୍ଫୋରଣ, ବ୍ୟାଟିଂ ଦେଖି ବ୍ରିଟିଶ ବାହିନୀ ଘାଇଲା

ବର୍ଷିଲା ଚୌକା, ଛକା। ୧୫ ଚୌକାକୁ ୧୫ ଛକା। ୫୫ ବଲରେ ଶତକ। ୮୦ ବଲରେ ୧୭୫ ରନର ହେଲା ବର୍ଷା। ଗ୍ରାଉଣ୍ଡରେ ବୈଭବ ବିସ୍ଫୋରଣ ଦେଖି ସ୍ତବ୍ଧ ହୋଇଯାଇଛି ବ୍ରିଟିଶ୍ ବାହିନୀ।

author-image
Madhupriya Mistry
Vaibhav Suryavanshi

Vaibhav Suryavanshi Photograph: (OTV)

ବର୍ଷିଲା ଚୌକା, ଛକା। ୧୫ ଚୌକାକୁ ୧୫ ଛକା। ୫୫ ବଲରେ ଶତକ। ୮୦ ବଲରେ ୧୭୫ ରନର ହେଲା ବର୍ଷା। ଗ୍ରାଉଣ୍ଡରେ ବୈଭବ ବିସ୍ଫୋରଣ ଦେଖି ସ୍ତବ୍ଧ ହୋଇଯାଇଛି ବ୍ରିଟିଶ୍ ବାହିନୀ।

Advertisment

୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି । ଜିମ୍ବାୱେର ହରାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଥିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ପ୍ରଚଣ୍ଡ ବ୍ୟାଟିଂ ଆଗରେ ଇଂଲଣ୍ଡ ଦଳର ବୋଲରମାନେ ଚିତ୍ ହୋଇଯାଇଥିଲେ। ଲାଗୁଥିଲା ଯେପରି ଇଂଲଣ୍ଡ ବୋଲରଙ୍କ ସବୁ ବୋଲିଂ ଯେପରି ବୈଭବଙ୍କ ପାଖରେ ଫେଲ୍ ମାରିଛି। 

ବୈଭବ ମାତ୍ର ୫୫ଟି ବଲରେ ସେଞ୍ଚୁରି କରିଥିଲେ। ୧୫୦ ରନ ପୂରଣ କରିବାକୁ ଆଉ ମାତ୍ର ୧୬ଟି ବଲ ନେଇଥିଲେ ବୈଭବ । ଶେଷରେ ସେ ମାତ୍ର ୮୦ଟି ବଲରୁ ୧୭୫ ରନ କରିବା ପରେ ମ୍ୟାନି ଲମ୍ସଡେନଙ୍କ ବଲରେ ଆଉଟ୍ ହୋଇଥିଲେ । ନିଜର ଏହି ଇନିଂସରେ ସେ ଏପର୍ଯ୍ୟନ୍ତ ୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ । ତାଙ୍କର ଏହି ଇନିଂସ ବଳରେ ଭାରତ ମାତ୍ର ୨୫ ଓଭରରେ ୨୫୦ ରନ ପୂରଣ କରିଥିଲା । ସେ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ।

Advertisment

ଫାଇନାଲରେ ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ଖରାପ ଥିଲା। ଆରନ୍ ଜର୍ଜ ୯ ରନ କରି ଆଉଟ୍ ହୋଇଥିଲେ। ତଥାପି, ଆୟୁଷ ମହାତ୍ରେଙ୍କ ସହ ମିଶି ବୈଭବ ସୂର୍ଯ୍ୟବଂଶୀ ଇଂଲିସ୍ ବୋଲରମାନଙ୍କୁ ଝଟକା ଦେଇଥିଲେ। ସୂର୍ଯ୍ୟବଂଶୀ ୩୨ ବଲରେ ତାଙ୍କର ଅର୍ଦ୍ଧଶତକ ଏବଂ ୫୫ ରନ୍ ରେ ତାଙ୍କର ଶତକ ପୂରଣ କରିଥିଲେ। 

ଏହି ଦମଦାର ଇନିଂସ ସହ ବୈଭବ ଚଳିତ ବିଶ୍ୱକପରେ ୪୩୯ ରନ୍‌ ସହ ଟପ୍ ସ୍କୋରର ହୋଇଛନ୍ତି । ତାଙ୍କ ତଳକୁ ଆଫଗାନିସ୍ତାନର ଫୈଜଲ ୪୩୬ ରନ୍ କରି  ଦ୍ବିତୀୟ ସ୍ଥାନରେ ଅଛନ୍ତି । ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ଦିନିକିଆ କ୍ରିକେଟରେ ୧୦୦ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି।

India Vs England Vaibhav Suryavanshi U-19 World Cup Final U-19 World Cup
Advertisment
Related Articles
Advertisment