/odishatv-khabar/media/media_files/2026/03/07/t20-world-cup-2026-03-07-17-05-49.jpg)
T20 WORLD CUP Photograph: (OTV)
ଆସନ୍ତାକାଲି T-20 ବିଶ୍ବକପ୍ ଟ୍ରଫି ଟକ୍କର୍ । ଫାଇନାଲରେ ମୁହାଁମୁହିଁ ହେବେ ଇଣ୍ଡିଆ-ନ୍ୟୁଜିଲାଣ୍ଡ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତୃତୀୟ ଥର ଟ୍ରଫି ହାତେଇବାକୁ ନ୍ୟୁଜିଲାଣ୍ଡ ସହ ଇଣ୍ଡିଆ କରିବ ଲଢେଇ। ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍ ରେ ପ୍ରବେଶ କରି ଶୀର୍ଷରେ ପହଞ୍ଚିଯାଇଛି।
ଭାରତ ୨୦୨୪ରେ ବିଜେତା ହୋଇଥିବାବେଳେ ୨ ବର୍ଷ ପରେ ପୁଣି ଟ୍ରଫି ଟକ୍କର ଦୌଡ଼ରେ ରହିଛି। ସେପଟେ ପ୍ରଥମ କରି T-20 ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ । ଟି-୨୦ ବିଶ୍ୱକପ୍ ଇତିହାସରେ ଏହି ଦୁଇ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଥିଲେ ମଧ୍ୟ, ପୂର୍ବରୁ ଅନ୍ୟାନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏମାନଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିଛି।
କଣ ରହିଛି ରେକର୍ଡ
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ମୋଟ ୩ ଥର ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି। ରେକର୍ଡ ଉପରେ ନଜର ପକାଇଲେ, ତେବେ କିୱି ଦଳର ପଲ୍ଲା ଟିକେ ଭାରି ରହିଛି। ୨୦୦୦ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପରାଜିତ ହୋଇଥିବାବେଳେ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଥିଲା । କିନ୍ତୁ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପରାଜୟର ପ୍ରତିଶୋଧ ନେଇ ଟାଇଟଲ୍ ହାତେଇଥିଲା ଇଣ୍ଡିଆ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହାମୁକାବିଲା
ତୃତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ
ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍ ରେ ପ୍ରବେଶ କରିଛି
T-20 ବିଶ୍ବକପରେ ନ୍ୟୁଜିଲାଣ୍ଡଠୁ କେବେ ଜିତିନି ଭାରତ
ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡ ପଲ୍ଲା ଭାରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)