/odishatv-khabar/media/media_files/2026/03/07/petroleum-2026-03-07-16-17-06.jpg)
Petroleum Photograph: (OTV)
ରାଜ୍ୟରେ ତେଲ ଯଥେଷ୍ଟ ଅଛି, ଚିନ୍ତା କରିବାର କିଛି କାରଣ ନାହିଁ। ତେଲ ସରିଯିବା ଗୁଜବକୁ ନେଇ ସ୍ପଷ୍ଟୀକରଣ ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ବାସ ନକରି କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ।
ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି। ଯିଏ କେହି ବି କଳାବଜାରୀ କରିବେ ତା ଉପରେ ଆକ୍ସନ ହେବ। ତେଲ, ନିତ୍ୟବ୍ୟବହୃତ ସାମଗ୍ରୀ ଉପରେ ନଜର ରଖାଯାଇଛି। ଲୋକେ ଆଦୌ ଭୟଭୀତ ନହେବାକୁ କହିଛନ୍ତି ମନ୍ତ୍ରୀ।
ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍
ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ପେଟ୍ରୋଲ ଦର ବଢିଯିବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଭିଡ। ମାଲକାନଗିରିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ତେଲ ସରିଯିବା ଏବଂ ଦର ବଢିବା ଭୟରେ ପେଟ୍ରୋଲ ପମ୍ପରେ ଭିଡ ହୋଇଛି। ଗତକାଲି ରାତି ଓ ଆଜି ସକାଳେ ପେଟ୍ରୋଲ ପମ୍ପ ଗୁଡିକରେ ଭିଡ ଦେଖିବାକୁ ମିଳିଛି। ପେଟ୍ରୋଲ ଡିଜେଲ ସରିଯିବା ଗୁଜବ ପରେ ମାଲକାନଗିରି ସଦର ମହକୁମାର କିଛି ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି। ସେପଟେ ଝାରସୁଗୁଡ଼ା ଡିପୋରୁ ତେଲ ପହଞ୍ଚିବାରେ ସାମାନ୍ୟ କିଛି ବିଳମ୍ବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।
‘ଚିନ୍ତା ନାହିଁ...ତେଲ ଯଥେଷ୍ଟ ଅଛି’
ତେଲ ସରିଯିବା ଗୁଜବକୁ ନେଇ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ
ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
‘ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ’
‘କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ’
‘ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି’
‘କଳାବଜାରୀ କଲେ ଆକ୍ସନ ହେବ’
‘ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ’
ଲୋକଙ୍କୁ ଭୟଭୀତ ନହେବାକୁ କହିଲେ ମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)