/odishatv-khabar/media/media_files/2025/09/29/india-win-2025-09-29-17-16-49.jpg)
INDIA WIN Photograph: (OTV)
ଏସିଆ କପ୍ ୨୦୨୫ର ଫାଇନାଲ । ସାମ୍ନାରେ ପାକିସ୍ତାନ। ସେଥିରେ ଜିତିବାର ଚାପ । ଏହାକୁ ମ୍ୟାନେଜ କରିବା ବହୁତ କଷ୍ଟ । କିନ୍ତୁ ଭାରତୀୟ ଦଳରେ ଜଣେ ଖେଳାଳି ଥିଲେ, ଯିଏ ପୂର୍ବରୁ ସ୍କ୍ରିପ୍ଟ ଲେଖି ରଖିଥିଲେ। ସ ହେଉଛନ୍ତି ରିଙ୍କୁ ସିଂ। ପୁରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମଧ୍ୟ ବଲ ନ ଖେଳି, ଯେତେବେଳେ ସୁଯୋଗ ମିଳିଲା, ସେ ମାହୋଲ ବନାଇଦେଲେ ।
ଟିମ୍ ଇଣ୍ଡିଆ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ନବମ ଥର ପାଇଁ ଏସିଆ କପ୍ ଜିତିଛି । ଦଳ ପାଇଁ ବିଜୟୀ ରନ୍ ସ୍କୋର କରିଥିଲେ ରିଙ୍କୁ ସିଂ। ଗୋଟିଏ ବଲ, ଗୋଟିଏ ଚୌକା ଓ କାହାଣୀ ଶେଷ । କୁହାଯାଏ ଯଦି କିଛି ଜିନିଷକୁ ପୂର୍ଣ୍ଣ ନିଷ୍ଠାରେ ଚାହୁଁଛ, ତେବେ ସମଗ୍ର ବିଶ୍ଵ ତାହା ଆପଣଙ୍କ ସହ ମିଳାଇବା ପାଇଁ ସହଯୋଗ କରେ ।
ରିଙ୍କୁଙ୍କ ସହ ମଧ୍ୟ କିଛି ଏପରି ହୋଇଥିଲା।
/filters:format(webp)/odishatv-khabar/media/media_files/2025/09/29/photo-2025-09-29-17-09-26.jpg)
ସମଗ୍ର ଟୁର୍ଣ୍ଣାମେଣ୍ଟରେ ପ୍ଲେୟିଂ XIରୁ ବାହାରେ ରହିଥିବା ରିଙ୍କୁ ଫାଇନାଲରେ ଆହତ ହାର୍ଦ୍ଦିକଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ। ଯେତେବେଳେ ସେ ବ୍ୟାଟିଂ ପାଇଁ ଆସିଲେ, ଭାରତକୁ ଶେଷ ଓଭରରେ ଜିତିବା ପାଇଁ ମାତ୍ର ଗୋଟିଏ ରନ୍ ଆବଶ୍ୟକ ଥିଲା।
ତାଙ୍କ ସାମ୍ନାରେ ଥିଲେ ହାରିସ ରଉଫ, ବଲ ବାକି ଥିଲା ମାତ୍ର ୩ଟି। କିନ୍ତୁ ରିଙ୍କୁଙ୍କ ମନରେ କେବଳ ତାଙ୍କର ପୁରୁଣା ‘ମେନିଫେଷ୍ଟେସନ୍’ ଚାଲୁଥିଲା। ଟୁର୍ନାମେଣ୍ଟ ଆରମ୍ଭରେ ରିଙ୍କୁ ଏକ ବିଶେଷ ମେନିଫେଷ୍ଟେସନ୍ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ ସେ ଦଳର ବିଜୟ ପାଇଁ ବିଜୟୀ ରନ୍ ସ୍କୋର କରିବେ। ରିଙ୍କୁ ପ୍ରଥମ ବଲକୁ ମିଡ୍-ଅନ୍ ଉପରେ ବାଉଣ୍ଡ୍ରି ପାର କରି ବିଜୟରେ ମୋହର ଲଗାଇ ଦେଇଥିଲେ।
ମ୍ୟାଚ ପରେ ରିଙ୍କୁ ସିଂଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ
“ଗୋଟିଏ ରନ୍ ଆବଶ୍ୟକ ଥିଲା। ମୁଁ ତାହାକୁ ଚୌକା ମାରିଲି। ସମସ୍ତେ ଜାଣନ୍ତି ମୁଁ ଜଣେ ଫିନିଶର। ଦଳ ଜିତିଲା ଓ ମୁଁ ସତରେ ବହୁତ ଖୁସି।
Operation Sindoor On Field : କ୍ରିକେଟ୍ ପଡ଼ିଆରେ ଅପରେସନ ସିନ୍ଦୂର, ମୋଦି କହିଲେ ବଡ଼ କଥା...ପାକିସ୍ତାନର କଟା ଘା’ରେ ଲଗାଇଲେ ଚୂନ

Delhi: ଦ୍ୱିତୀୟ ସାରଥୀ ବାବାଙ୍କୁ ମାଡ଼ି ବସିଲା ପୋଲିସ

Pakistani Fans Reaction: ରାଗିଗଲେ ପାକିସ୍ତାନୀ ଫ୍ୟାନ୍ସ, କହିଲେ ଦଳର ସ୍ଵାଗତ ଅଣ୍ଡା ଓ ଟମାଟୋରେ ....ନହେଲେ ତୋପ ଆଗରେ ବାନ୍ଧିଦିଅ

Naqvi Struggles to Accept India’s Asia Cup Victory: ନକଭି ଭାରତୀୟ ଦଳର ଏସିଆ କପ୍ ଟ୍ରଫିକୁ ହଜମ କରିପାରିବେ ନାହିଁ, ବିସିସିଆଇର ଚେତାବନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)