/odishatv-khabar/media/media_files/2025/09/29/pakistan-2025-09-29-13-58-14.jpg)
pakistan Photograph: (OTV)
ଭାରତୀୟ କ୍ରିକେଟ ଟିମ ଏସିଆ କପ୍ ୨୦୨୫ର ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇ ଟ୍ରଫି ନିଜ ନାଁରେ କରିଛି । ଭାରତରେ ଯେଉଁଠି ଫ୍ୟାନ୍ସ ମାନେ ଖୁସିରେ ସେଲିବ୍ରେସନ କରୁଛନ୍ତି ସେଠି ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ଦେଖିବା ଭଳି ଥିଲା ।
ଅନେକ ପାକିସ୍ତାନୀ ପ୍ରଶଂସକ ଏହି ପରାଜୟ ପାଇଁ ପାକିସ୍ତାନୀ ବୋଲର ହାରିସ ରଉଫଙ୍କୁ ଦାୟୀ କରିଛନ୍ତି । ପାକିସ୍ତାନୀ ୟୁଟ୍ୟୁବର ଶୋଏବ ଚୌଧୁରୀ ମ୍ୟାଚ ପରେ ପାକିସ୍ତାନୀ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ପାକିସ୍ତାନୀ ପ୍ରଶଂସକମାନଙ୍କ ମଧ୍ୟରେ ରାଗ ଓ ନିରାଶା ଦେଖା ଯାଇଥିଲେ।
ଲୋକମାନେ ପାକିସ୍ତାନ କ୍ରିକେଟ ଦଳକୁ ପରାଜୟ ପାଇଁ ଦାୟୀ କରିବା ଆରମ୍ଭ କରିଥିଲେ। ଜଣେ ପାକିସ୍ତାନୀ ପ୍ରଶଂସକ କହିଥିଲେ, “ଭାରତ ହାତରେ ପାକିସ୍ତାନର ହାରିବା ଏକ ନିୟମିତ ଘଟଣା ହୋଇଗଲାଣି । ସେମାନେ ପ୍ରତ୍ୟେକ ଥର ହାରନ୍ତି। ସେ ଆହୁରି କହିଛନ୍ତି ମାନଙ୍କ ସହ ଏପରି ବ୍ୟବହାର କରାଯିବା ଉଚିତ, ଯେପରି ହିଟଲର କରିଥିଲେ। ଏମାନଙ୍କୁ ତୋପ ଆଗରେ ବାନ୍ଧି ୨୧ ତୋପର ସଲାମୀ ଦିଆଯିବା ଉଚିତ।”
#WATCH | Dubai, UAE | India wins the #asiacup2025 by defeating Pakistan.
— ANI (@ANI) September 28, 2025
A Pakistani fan says, "...Pakistan did not win the match again, but the match was very entertaining...We will come again next time with the hope of winning the match. 'Mauka hi Mauka'" pic.twitter.com/vz807Jcllk
ଆଗକୁ ସେ କହିଥିଲେ ଯେ ପାକିସ୍ତାନ ଫେରିଲେ ଦଳର ସ୍ଵାଗତ ଅଣ୍ଡା ଓ ଟମାଟୋରେ କରାଯିବା ଉଚିତ। ପ୍ରଶଂସକମାନେ ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ଓ ଦଳର ମ୍ୟାନେଜମେଣ୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
#WATCH | Dubai, UAE | India wins the #asiacup2025 by defeating Pakistan. A Pakistani fan says, "...We enjoyed the cricket match. If Haris Rauf had bowled well and not conceded sixes, we would have won the match..." pic.twitter.com/RRYxldP08Z
— ANI (@ANI) September 28, 2025
ମ୍ୟାଚ ଶେଷ ହେବା ପରେ ମିଡିଆ ସହ କଥା ହେବା ସମୟରେ ଜଣେ ପ୍ରଶଂସକ କହିଥିଲେ, “ପାକିସ୍ତାନ ପୁଣି ମ୍ୟାଚ ଜିତି ପାରିଲା ନାହିଁ, କିନ୍ତୁ ମ୍ୟାଚଟି ବହୁତ ଭଲ ଥିଲା । ... ଆମେ ପରବର୍ତ୍ତୀ ଥର ମ୍ୟାଚ ଜିତିବାର ଆଶା ନେଇ ପୁଣି ଆସିବୁ।” କେତେଜଣ ପ୍ରଶଂସକ ପାକିସ୍ତାନୀ ଖେଳାଳି ହାରିସ ରଉଫଙ୍କ ବୋଲିଂର ସମାଲୋଚନା କରିଥିଲେ। ଜଣେ କହିଥିଲେ “ହାରିସ ରଉଫ ଖରାପ ବୋଲିଂ କରିଥିଲେ। ଏପରି ଲାଗିଲା ନାହିଁ ଯେ ସେ ଜଣେ ପ୍ରଫେସନାଲ ବୋଲର... ମୁଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଉଛି।”
ଅକ୍ରମଙ୍କ ତିଲକଙ୍କ ପ୍ରଶଂସା
ପାକିସ୍ତାନର ଓ୍ଵାସିମ ଅକ୍ରମ ମ୍ୟାଚ ପରେ କହିଥିଲେ ଯେ ତିଲକ ବର୍ମା ଚାପ ମଧ୍ୟରେ ଯେଉଁ ଭାବେ ବ୍ୟାଟିଂ କରିଥିଲେ, ତାହା ଅଦ୍ଭୁତ ଥିଲା। ଏହି ଭାରତୀୟ ବ୍ୟାଟ୍ସମ୍ୟାନ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଓ ପରବର୍ତ୍ତୀ ୧୨ ବଲରେ ୧୯ ରନ ସଂଗ୍ରହ କରିଥିଲେ।
Daily Horoscope 29th September 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

India Crowned Asia Cup 2025: ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା

PM Narendra Modi: କ୍ରୀଡ଼ା ମୈଦାନରେ ବି ଅପରେସନ ସିନ୍ଦୂର ସଫଳ: ମୋଦି

Asia Cup: ଭାରତୀୟ ଟିମକୁ BCCI ର ପୁରସ୍କାର ଘୋଷଣା, ମହାନତା ଦେଖାଇଲେ ସୂର୍ଯ୍ୟକୁମାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)