/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
ମେଷ
ଅଶ୍ୱନୀ- ପ୍ରେମିକକୁ ବିବାହ ପାଇଁ ପ୍ରସ୍ତାବ ଦେଇ ପାରନ୍ତି । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ
ଦ୍ୱିଜା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ଅଧିକ ଲାଭବାନ୍ ହେବେ
କୃତିକା- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ବୃଷ
କୃତିକା- ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ ।
ରୋହିଣୀ – ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ ।
ମୃଗଶିରା – ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦ୍ବିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ
ମୃଗଶିରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ଜୀବନ ସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତା କରିବେ
ଆଦ୍ରା- ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ
ପୁନର୍ବସୁ- ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ପୈତୃକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗୋଟାମୁଗ କୈାଣସି ଗ୍ରହବିପ୍ରଙ୍କୁ ଦାନ କରନ୍ତୁ
କର୍କଟ
ପୁନର୍ବସୁ - ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନରେ ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ ।
ପୁଷ୍ୟା – ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ ।
ଅଶ୍ଳେଷା - ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାର୍ୟ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ
ସିଂହ
ମଘା- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ୟ୍ୟୟ କରିପାରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ । ଚାକିରି କ୍ଷେତ୍ରରେ ବୃଦ୍ଧି ବିଦ୍ୟାର ଉତମ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ
ପୂ,ଫାଲଗୁନି- ପରିବାର ସଦସ୍ୟଙ୍କ ସହିତ ଏକ ତୀର୍ଥ ସ୍ଥାନକୁ ବୁଲିବା ପାଇଁ ଯିବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ। ଜୀବନ ସାଥିଙ୍କ ସହିତ ସଂପର୍କ ମଧୁର ରହିବ । ଚାକିରିରେ ଅପଦସ୍ତ ହୋଇପାରନ୍ତି
ଉ,ଫାଲଗୁନି- ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ । ନୂତନ ଯାନ ବାହନ କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ବିଷ୍ଣୁଙ୍କର ପୂଜା କରନ୍ତୁ
କନ୍ୟା
ଉ , ଫାଲଗୁନୀ – ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । କାରୟ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ । ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ ।
ହସ୍ତା – ଆମଦାନି ବଢ଼ାଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଚାକିରିରେ ଅପଦସ୍ତ ହୋଇପାରନ୍ତି । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଚିତ୍ରା – ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା
ଚିତ୍ରା- ଶାରୀରିକ କ୍ଲାନ୍ତି ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ
ସ୍ୱାତୀ- ସମ୍ପର୍କୀୟ ବନ୍ଧୁଙ୍କ ସାହାର୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ପରିବାରରେ ନୂତନ ସଦସ୍ୟଙ୍କର ଆଗମନ ହୋଇପାରେ
ବିଶାଖା- ଶତୃକୁ ଶରଣାଗତ କରାଇପାରନ୍ତି । ମହିଳା ମାନେ ଉଦାର ସ୍ୱଭାବ ରହିବେ । ଉତ୍ତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କୈାଣସି ଅସାହାୟ ବା ଗରିବ ସ୍ତ୍ରୀ ଲୋକଙ୍କୁ ସାହାର୍ୟ୍ୟ କରନ୍ତୁ
ବିଛା
ବିଶାଖା – ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ। ଅଫିସ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ ।
ଅନୁରାଧା – ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ । ଦୂର ଯାତ୍ରାରେ ଲକ୍ଷ୍ୟ ପୂରଣ କରିପାରନ୍ତି । ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି ।
ଜ୍ୟେଷ୍ଠା – ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ
ମୂଳା-ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି । ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ
ପୂ,ଷାଢା- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଂଘର୍ଷ କରି ବିଜୟ ଲାଭ ପାଇବେ
ଉ,ଷାଢା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ , ଷାଢା - ପୁରାତନ ରୋଗରୁ ଉପଶମ ମିଳିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ ।
ଶ୍ରବଣା – କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି । କୈାଣସି ନିଷ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ଧନିଷ୍ଠା – ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ
ଧନିଷ୍ଠା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଭାଙ୍ଗିଯାଇଥିବା ସଂପର୍କ ପୁନର୍ବାର ଯୋଡି ହୋଇପାରେ । ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ ।
ଶତଭିଷା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ପରିବାରରେ କିପରି ତିକ୍ତତା ନ ଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି
ପୂ,ଭାଦ୍ରପଦ-ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ
ମୀନ
ପୂ , ଭାଦ୍ରପଦ - ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ପଢାପଢିରେ ଓ ପରୀକ୍ଷାରେ ସମଫଳ ମିଳିବ ।
ଉ , ଭଦ୍ରପଦ- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ଧର୍ମ ପୁସ୍ତକ ପଢିବାରେ ଆଗ୍ରହ ବଢିବ ।
ରେବତୀ – ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ । ଘରକୁ ଜିନିଷ ତ୍ତାଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି । ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସା ଭାଜନ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ
DA Raised for Government Employees: ସରକାରୀ କର୍ମଚାରୀଙ୍କୁ ଦଶହରା-ଦୀପାବଳି ଉପହାର, ବଢ଼ିଲା DA

Mohsin Naqvi Offers Terms to Surya: ବାଟକୁ ଆସିଲେ ମୋହସିନ ନକଭି, କିନ୍ତୁ ସୂର୍ଯ୍ୟଙ୍କ ପାଇଁ ରଖିଲେ ସର୍ତ୍ତ, ପାଇଲେ କଡ଼ା ଜବାବ...

Major Overhaul as New Rules Take Effect This Month: ନୂଆ ମାସ, ନୂଆ ନିୟମ; ହୋଇଛି ବଡ଼ ପରିବର୍ତ୍ତନ

India Triumphs Again Against Pakistan, Naqvi Red-Faced: ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ ବଡ଼ ବିଜୟ ହାସଲ, ଗଭୀର ଲଜ୍ଜିତ ହେଲେ ନକଭି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)