Advertisment

SI Exam Scam Case: ଜେଲ୍ ଗଲେ ୧୧୭, ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ମାମଲା

ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ। ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର JMFC କୋର୍ଟରେ ହାଜର କରାଯାଇଛି।

author-image
Manas Ranjan Mohanty
SI EXAM

SI EXAM Photograph: (OTV)

ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ। ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର JMFC କୋର୍ଟରେ ହାଜର କରାଯାଇଛି।

Advertisment

ବ୍ରହ୍ମପୁରରେ  ପୋଲିସ୍ କଡ଼ା ସୁରକ୍ଷାରେ ୪ଟି ଗାଡ଼ିରେ ୧୧୭ ଜଣଙ୍କୁ କୋର୍ଟ ନିଆଯାଇଥିଲା। ଦୁଇ ଦିନ ତଳେ ଆନ୍ଧ୍ର ସୀମାରୁ ୧୧୭ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ୮ ଜଣ ମହିଳା। ସ୍କାମ୍ ପାଇଁ ପରୀକ୍ଷାର୍ଥୀଙ୍କୁ ଧରି ହାଇଦ୍ରାବାଦ ଯାଉଥିବା ୩ଟି ବସକୁ ସିଜ୍ କରିଥିଲା ବ୍ରହ୍ମପୁର ପୋଲିସ। ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଏମାନଙ୍କୁ ଧରିଥିଲା।

ଜଣକ ପିଛା ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ସୂଚନା ମିଳିଛି। ଏହି ସ୍କାମ୍ ପଛରେ ମାଷ୍ଟର୍ ମାଇଣ୍ଡ କିଏ ଓ ଚେର କେଉଁ ଯାଏଁ ଲମ୍ବିଛି ସେ ଦିଗରେ ତଦନ୍ତ କରାଯାଉଛି। ଘଟଣାରେ କ୍ରାଇମବ୍ରାଞ୍ଚ ବି ଖୋଳତାଡ଼ କରିପାରେ। 

Advertisment

Advertisment
Related Articles
Advertisment