Advertisment

All Set for 3rd ODI: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ, ଇନ୍ଦୋର ହୋଲକର ଷ୍ଟାଡିୟମରେ ମ୍ୟାଚ୍

ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଦଳ। ଆଜିର ମ୍ୟାଚ୍ ଯିଏ ଜିତିବ, ସିଏ ସିରିଜ୍ କବଜା କରିବ।

author-image
Tapan Swain
ODI

ODI Photograph: (OTV)

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ। ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଦଳ। ଆଜିର ମ୍ୟାଚ୍ ଯିଏ ଜିତିବ, ସିଏ ସିରିଜ୍ କବଜା କରିବ।

Advertisment

ବଡୋଦରାରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ଭାରତ ୪ ୱିକେଟରେ ଜିତିଥିବା ବେଳେ ରାଜକୋଟରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚକୁ ନ୍ୟୁଜିଲାଣ୍ଡ ୭ ୱିକେଟରେ ଜିତିଥିଲା। ଆଜିର ମ୍ୟାଚ୍ ସିରିଜ୍ ନିର୍ଣ୍ଣାୟକ ହୋଇଥିବା ବେଳେ ଜୋରଦାର ଲଢ଼େଇ ଆଶା କରାଯାଉଛି।

ଭାରତର ଦୁଇ ପ୍ରମୁଖ ବ୍ୟାଟସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଫର୍ମରେ ଅଛନ୍ତି। କିନ୍ତୁ ଦ୍ବିତୀୟ ମ୍ୟାଚରେ ଉଭୟ ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଆଜିର ମ୍ୟାଚରେ ଉଭୟଙ୍କଠାରୁ ବଡ଼ ସ୍କୋର୍ ଆଶା କରିବ ଦଳ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିଛି ଓ ସବୁ ମ୍ୟାଚରେ ବିଜୟ ହାସଲ କରିଛି। 

Advertisment

ଇନ୍ଦୋରରେ ଭାରତର ରେକର୍ଡ ଅପରାଜେୟ ୭-୦ ରହିଛି। ଏହି ଷ୍ଟାଡିୟମରେ ଶେଷ ମ୍ୟାଚ ୨୦୨୩ରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଥିଲା।

କିଏ ଜିତିବ ସିରିଜ୍ ?


ସିରିଜରେ ୧-୧ରେ ବରାବର ଉଭୟ ଦଳ
ନିର୍ଣ୍ଣାୟକ ଲଢ଼େଇରେ ବିଗ୍ ଫାଇଟ୍ ଆଶା
ଇନ୍ଦୋରରେ ଗୋଟିଏ ବି ମ୍ୟାଚ୍ ହାରିନି ଭାରତ

Cricket India Vs Newzealand
Advertisment
Related Articles
Advertisment