Advertisment

U-19 World Cup Semifinal: ୧୯ ବର୍ଷରୁ କମ ବିଶ୍ବକପ୍ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଭାରତ

୧୯ ବର୍ଷରୁ କମ ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ। ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଭାରତୀୟ ଯୁବ ବାହିନୀ। ଏହାସହ ଭାରତୀୟ ଦଳ ଦଶମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି।

author-image
Tapan Swain
India

India Photograph: (OTV)

୧୯ ବର୍ଷରୁ କମ ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ। ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଭାରତୀୟ ଯୁବ ବାହିନୀ। ଏହାସହ ଭାରତୀୟ ଦଳ ଦଶମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ୱିକେଟ ବିନିମୟରେ ୩୧୦ କରିଥିଲା। ଜବାବରେ ଭାରତ ୩ ଓ୍ୱିକେଟ୍ ବିନିମୟରେ ଟାର୍ଗେଟ୍ ପୂରା କରି ନେଇଛି।

Advertisment

ମ୍ୟାଚରେ ଦୁଇ ଓପନର ଆରୋନ ଜର୍ଜଙ୍କ ୧୧୫, ବୈଭବ ସୂର୍ଯ୍ୟବଂଶୀ ୬୮ ରନ୍ ଓ ଅଧିନାୟକ ଆୟୂଷ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଫେବ୍ରୁଆରୀ ୬ ତାରିଖରେ ଜିମ୍ବାୱେର ହରାରେ ଷ୍ଟାଡିୟମରେ ଫାଇନାଲରେ ଇଂଲଣ୍ଡକୁ ଭେଟିବ ୫ ଥରର ଚାମ୍ପିୟନ ଭାରତ। ଆଜିର ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଉସ୍ମାନ ସାଦାତ ଓ ଖଲିଦ ଅହମ୍ମଦଜାଇ ଦଳକୁ ଭଲ ଆରମ୍ଭ ଦେଇଥିଲେ।

ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ଅହମ୍ମଦଜାଇ ୩୧ ରନରେ ଆଉଟ୍ ହୋଇଥିଲେ। ପରେ ଉସ୍ମାନ ସାଦତ ଓ ଫୈସଲ ସିନୋଜାଦା ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଏହାସହ ସିନୋଜାଦ ନିଜର ଶତକ ପୂରଣ କରିଥିଲେ। ସେ ୯୩ ବଲରୁ ୧୫ଚୌକା ସହ ୧୧୦ ରନର ଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ।

Advertisment

U-19 ବିଶ୍ବକପ୍: ଫାଇନାଲରେ ଭାରତ

୧୯ ବର୍ଷରୁ କମ ବିଶ୍ବକପ୍: ଦଶମ ଥର ଫାଇନାଲରେ ଭାରତ
ସେମିଫାଇନାଲ୍ ରେ ଆଫଗାନିସ୍ତାନକୁ ମାତ୍  ଦେଲା ଭାରତ
ଆଫଗାନିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଓପ୍ ନର ଆରୋନ ଜର୍ଜ ୧୧୫, ବୈଭବ ୬୮, ଆୟୁଷ ୬୨
ଆଫଗାନିସ୍ତାନ ୩୧୦/୪; ଭାରତ ୩୧୧/୩
ଫାଇନାଲରେ ଇଂଲଣ୍ଡକୁ ଭେଟିବ ୫ ଥରର ଚାମ୍ପିୟନ ଭାରତ
ଫେବ୍ରୁଆରୀ ୬ରେ ଜିମ୍ବାୱେ ହରାରେ ଷ୍ଟାଡିୟମରେ ଫାଇନାଲ୍

India U-19 Triumph Cricket
Advertisment
Related Articles
Advertisment