/odishatv-khabar/media/media_files/2026/02/04/gold-2026-02-04-20-28-48.jpg)
GOLD Photograph: (OTV)
ମହରଗ ସୁନା ବଜାର
ହାତ ମାରିବାକୁ ଲାଗୁଛି ଡର
ଏବେ ଖାଲି ଭରସା ୧୮ କ୍ୟାରେଟ୍
୫ ଦିନ କମିଲା ଆଉ ଗଲା ଦୁଇ ଦିନ ଧରି ବଢ଼ିବାରେ ଲାଗିଛି। ନିଜ ପୁରୁଣା ଅଭ୍ୟାସକୁ ଫେରିଛି ସୁନା। ମହଙ୍ଗା ଆଡ଼କୁ ମୁହାଁଇଛି। ଗତକାଲି ପ୍ରାୟ ହଜାରେ ଟଙ୍କା ବଢ଼ିବା ପରେ ଆଜି ପୁଣି ଥରେ ସୁନା ମାରିଛି ଲମ୍ବା ଡିଆଁ। ତେଣୁ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାକୁ ଛାଡ଼ି ଏବେ ଗ୍ରାହକ ଖୋଜିଲେଣି ୧୮ କ୍ୟାରେଟ୍।...
କ୍ୟାରେଟ୍ କମିଲେ ଟଙ୍କା କମିବ, ତେଣୁ ଲୋକେ ଚିରାଚରିତ ୨୨ କ୍ୟାରେଟ୍ ନକିଣି ୧୮ କ୍ୟାରେଟ୍ ଆଡ଼େ ଗଲେଣି। ଆଉ ଲୋକଙ୍କ ଚାହିଦା ଦେଖି ଏବେ ୧୮ କ୍ୟାରେଟ୍ ରେ ୨୨ କ୍ୟାରେଟ୍ ଭଳି ଅଳଙ୍କାର ବଜାରକୁ ଆସିଲାଣି। ଭୁବନେଶ୍ବର କ୍ୟାରେଟଲେନ୍ ଶୋ’ ରୁମ୍। ବଢ଼ୁଥିବା ସୁନା ଦର ଓ ଗ୍ରାହକଙ୍କ ପକେଟକୁ ଦେଖି ୧୮ କ୍ୟାରେଟ୍ ରେ ଗଢ଼ା ହେଲାଣି ନୂଆ ଡିଜାଇନ୍। ନେକଲେସ୍, ଚେନ୍, ମୁଦି ସବୁ କିଛି ଏବେ ୧୮ କ୍ୟାରେଟରେ ଆସିଲାଣି।
ଲାଗୁଛି ଡର
ସୁନା ଦର ଉପରେ ଆଉ ଭରସା କରି ହେଉନି। ସକାଳେ ଗୋଟେ, ସଂଧ୍ୟାରେ ଆଉ ଗୋଟେ। ଆଜି ମାର୍କେଟ ବନ୍ଦ ହେବା ବେଳକୁ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢ଼ି ଲକ୍ଷେ ୪୬ ହଜାର ପାର କରିଥିବା ବେଳେ ୨୪ କ୍ୟାରେଟ୍ କଥା ଭାବିଲା ବେଳେ ଛାତି ଧଡ଼ ଧଡ଼ କରୁଛି। ଯେଉଁଠି ୨୨ କ୍ୟାରେଟ୍ ଲକ୍ଷେ ୪୬ ଓ ୨୪ କ୍ୟାରେଟ୍ ଲକ୍ଷେ ୫୩ ହଜାର ରହିଛି ସେଠି ୧୮ କ୍ୟାରେଟ୍ ରହିଛି ଲକ୍ଷେ ୧୫ ହଜାର ଟଙ୍କା।
ତେଣୁ ଏଭଳି ପରିସ୍ଥିତିରେ କିଛି ଜୁଏଲର୍ସ ୧୮ କ୍ୟାରେଟ୍ ରେ ଭଲ ଅଳଙ୍କାର ବଜାରକୁ ଆଣିଛନ୍ତି।
ସୁନା ନିଇତି ନିଜ ରଙ୍ଗ ବଦଳାଉଛି। ଆଗକୁ ବାହାଘର ସିଜନ୍ ଥିବାରୁ ଗ୍ରାହକ ଚିନ୍ତାରେ।...
Running for Life: ବିଶ୍ବ କର୍କଟ ଦିବସରେ ଜୀବନ ଆଡକୁ ଦୌଡ଼ର ବାର୍ତ୍ତା, ଓଟିଭି ମିନି ମାରାଥନରେ ‘କ୍ୟାନସର’ ବିରୋଧରେ ଏକାଠି ହେଲା ଓଡ଼ିଶା

President Droupadi Murmu Offers Pind Daan: ଶ୍ବେତଗଙ୍ଗାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବଡ଼ଦାଣ୍ଡରେ ଚାଲି ଚାଲି ଦେଲେ ଭକ୍ତର ପରିଚୟ

Tragedy Strikes Again: ପୁଣି ଜୀବନ ନେଲା ଅନଲାଇନ୍ ଗେମିଂ ଆପ୍, ମନମସ୍ତିଷ୍କକୁ ଦୋହଲାଇ ଦେଲା ବାପାଙ୍କୁ ଶେଷ ଚିଠି

Rahul vs Bittu: ରାହୁଲ ଗାନ୍ଧୀ-କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ମୁହାଁମୁହିଁ, ରାହୁଲଙ୍କ ଆକ୍ଷେପ ଶିଖ୍ ବିରୋଧୀ କହି ଗର୍ଜିଲା ବିଜେପି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)