/odishatv-khabar/media/media_files/2025/12/10/high-demand-fewer-seats-2025-12-10-22-01-45.jpg)
High Demand, Fewer Seats: Photograph: (OTV)
ବଢ଼ିବ ବାରବାଟୀର କଳେବର। ଖୁସି ହେବେ କ୍ରିକେଟ୍ ପ୍ରେମୀ। ଖୁବଶୀଘ୍ର ସଂପ୍ରସାରଣ ହେବ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍। ସବୁ ମ୍ୟାଚ୍ ଭଳି ଏଥର ବି, ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଟିକେଟ୍ ନପାଇ ଅନେକ ଫ୍ୟାନ୍ ଙ୍କ ନିରାଶ ଖବର ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇଛି। ଗତକାଲିର ମ୍ୟାଚ୍ ପରେ ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି ବାରବାଟୀର ନବୀନକରଣ ଓ ଦର୍ଶକ କ୍ଷମତା ବଢ଼ାଇବାକୁ ଓସିଏ ଓ ଲୋକଙ୍କଠୁ ପ୍ରସ୍ତାବ ଆସିଛି। ସରକାର ବି ଏ ଦିଗରେ ବିଚାର କରୁଛନ୍ତି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଖୋଦ୍ ବାରାବାଟୀ ପଡିଆରୁ ସିଏମ୍ଙ୍କ ଏ ଗ୍ରୀନ୍ ସିଗନାଲ ପରେ, ଓସିଏ, କ୍ରିକେଟ୍ ପ୍ରେମୀ ଓ ସାଧାରଣ ଦର୍ଶକଙ୍କ ମଧ୍ୟରେ ଉତ୍ସାହ।....
କେବେ ହେବ ବାରବାଟୀର ସଂପ୍ରସାରଣ ? କେତେ ବଢ଼ିବ ସିଟ୍ ସଂଖ୍ୟା ? ୟାକୁ ନେଇ ସଂଶୟ ଥିବାବେଳେ ବାରବାଟୀର ଦର୍ଶକ କ୍ଷମତା ଏବେ ମାତ୍ର ୪୫ ହଜାର। ମ୍ୟାଚ୍ ସମୟରେ ସେଥିରୁ ଅଧାରୁ ଅଧିକ ଟିକେଟ୍ ଓସିଏ ଅନୁବନ୍ଧିତ କ୍ଲବ୍ ଓ ସଂସ୍ଥାଙ୍କ ପାଇଁ ରିଜର୍ଭ ରହୁଛି। ତେଣୁ ସାଧାରଣ ଦର୍ଶକ ପାଉଛନ୍ତି ମାତ୍ର ୧୪ ହଜାର ଟିକେଟ୍। ବହୁ ଫ୍ୟାନ୍ ଟିକେଟ୍ ଟିଏ ନପାଇ ନିରାଶ ହେଉଛନ୍ତି। ଏମିତିକି ୭ଶହ ଟଙ୍କାର ଟିକେଟ୍ ୭ ହଜାରରେ ବ୍ଲାକ୍ ହେଉଛି। ସିଟ୍ କମ୍ କାରଣରୁ ଟିକେଟ୍ ବିକ୍ରିରେ କାଣ୍ଟଛାଣ୍ଟ କରିବାକୁ ପଡୁଥିବାରୁ ଏ ରୀତମତ ସମସ୍ୟା ଦୂର ଲାଗି ବାରମ୍ବାର ଦାବି କରି ଆସୁଛନ୍ତି ଓସିଏ, କ୍ରିକେଟର ଓ ସ୍ଥାନୀୟ ଲୋକ ପ୍ରତିନିଧି।...
ବାରବାଟୀ ହେଉଛି ଓଡ଼ିଶାର ଏକ ମାତ୍ର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍। ଏଣେ ପଡ଼ୋଶୀ ରାଜ୍ୟରେ ଥିବା ଷ୍ଟାଡିୟମଗୁଡ଼ିକରେ କିନ୍ତୁ ଦର୍ଶକଙ୍କ କ୍ଷମତା ଉଣା ଅଧିକେ କଟକ ତୁଳନାରେ ବହୁତ ବେଶୀ। ଝାଡ଼ଖଣ୍ଡର ରାଞ୍ଚିରେ ୫୦ ହଜାର ଦର୍ଶକ ବସୁଥିବା ବେଳେ ଛତିଶଗଡ଼ ରାୟପୁରର କ୍ଷମତା ୬୫ ହଜାର। ସେମିତି ପଶ୍ଚିମବଙ୍ଗ ଇଡେନଗାର୍ଡେନର କ୍ଷମତା ପ୍ରାୟ ୭୦ ହଜାର
Probe Finds IPS Links: ଗୋଆ ନାଇଟ କ୍ଲବ ଟ୍ରାଜେଡି ପଛରେ ବହୁ ବଡ଼ ମୁଣ୍ଡ , ଧିରେ ଧିରେ ଖୋଲୁଛି ଗୁମର

Fans Furious in Koraput: ନିଶାଙ୍କ ପାଇଁ ଉଡ଼ିଲା ଚେୟାର , ରାଗି ଲାଲ ପଡ଼ିଗଲେ ଦର୍ଶକ

Meet Mahika Sharma: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ପଛରେ ମାହିକା , ବାରବାଟୀର ଶ୍ରେୟ ନେଲେ ନୂଆ ଗର୍ଲଫ୍ରେଣ୍ଡ

PM SYM Scheme Explain: ଆପଣଙ୍କୁ ବି ମିଳିପାରିବ ୩୦୦୦ଟଙ୍କା , ଗୋଟିଏ କ୍ଲିକରେ ପଢ଼ନ୍ତୁ ଯୋଜନା ବିଷୟରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)