Advertisment

ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର। ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ […]

author-image
Abinash Pati
ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

gautam

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର।

Advertisment

ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା।

ସରସ୍ୱତୀଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ମଧ୍ୟ ଲକଡାଉନ ଯୋଗୁ ସେମାନେ ଦିଲ୍ଲୀ ଯିବା କିମ୍ବା ମୃତଦେହକୁ ନିଜ ଗାଁକୁ ପଠାଇବା ସମ୍ଭପର ହୋଇନଥିଲା।

Advertisment

ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ କେନ୍ଦ୍ର ମନ୍ତ୍ରୀ ସରସ୍ୱତୀଙ୍କ ପରିବାର ସହ ଆଲୋଚନା କରିବା ପରେ ଦିଲ୍ଲୀରେ ଗୌତମ ଗମ୍ଭୀର ତାଙ୍କ ଅନ୍ତିମ ସଂସ୍କାର କରିଥିଲେ।

Gautam Gambhir Cricketer Gautam Gambhir Gautam Gambhir Life Style
Advertisment
Advertisment