Advertisment

Early Rural Polls on Cards? ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଲେ ସୂଚନା। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ।

author-image
Tapan Swain
Election

Election Photograph: (OTV)

ରାଜ୍ୟରେ ଆଗୁଆ ହେବ ପଞ୍ଚାୟତ ନିର୍ବାଚନ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଲେ ସୂଚନା। ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ।

Advertisment

ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଟାସ୍କ ଦେଲେ ବିଜେପି ରାଜ୍ୟ ସଭାପତି। ୬ ମାସ ଭିତରେ ଅଧୁରା କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆସନ୍ତା ନିର୍ବାଚନରେ ସବୁ ବ୍ଲକ, ପଞ୍ଚାୟତ, ଜିଲ୍ଲା ପରିଷଦ, ୱାର୍ଡରେ ଜିତିବାକୁ ପଡିବ ବୋଲି କହିଛନ୍ତି ମନମୋହନ ସାମଲ। ସବୁ ଜାଗାରେ ନେତୃତ୍ବ ତିଆରି କରିବାକୁ ପଡ଼ିବ।

ଚାଲିବ ମିଶ୍ରଣ ପର୍ବ

ଆଗକୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଯେଉଁମାନେ ପଞ୍ଚାୟତ ସ୍ତରରେ ମିଶିବେ ତାଙ୍କୁ ପଞ୍ଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ। ଯେଉଁମାନେ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ। 

Advertisment

ସେହିପରି ଯେଉଁମାନେ ଜିଲ୍ଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲ୍ଲା ସ୍ତରରେ ମିଶାଯିବ। ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚାହିଁବେ ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବେ। ପଞ୍ଚାୟତରୁ ଭୁବନେଶ୍ବର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଆଉ ଛଅ ମାସ ରହିଲା ପଞ୍ଚାୟତ ନିର୍ବାଚନ। ଦିନ ରାତି ଏକ କରି ପରିଶ୍ରମ କରିବା। ସରପଞ୍ଚ ଏବଂ ପଞ୍ଚାୟତ ସମିତି ମେମ୍ବର ଯେଉଁ କାମ କରି ନାହାନ୍ତି ସେ କାମ ୬ ମାସ ଭିତରେ କରି ଦିଅନ୍ତୁ। 

ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ 

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା
'ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି'
'ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ'
ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଟାସ୍କ ଦେଲେ
୬ ମାସ ଭିତରେ ଅଧୁରା କାମ ଶେଷ କରିବାକୁ ପରାମର୍ଶ

Panchayat Election Manmohan Samal
Advertisment
Related Articles
Advertisment