Advertisment

Will Not Accept Pandian as Leader: ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ, ତେଜୁଛି କନ୍ଦଳ

ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ। ତେଜୁଛି କନ୍ଦଳ। ମେଳି ପରେ ଏବେ ନିଶନାରେ ପାଣ୍ଡିଆନ୍। ସୁଜାତା ପାଣ୍ଡିଆନ୍ଙ୍କ ଏଣ୍ଟ୍ରିକୁ ନେଇ ଦେଖାଦେଲାଣି ବିରୋଧର ସଙ୍କେତ। ଶୁକ୍ରବାର ଭୁବନେଶ୍ବର ଉପକଣ୍ଠ ଝୁମୁକାରେ ମେଳି କରିଥିବା ନେତା ଟାର୍ଗେଟ କରିଛନ୍ତି ପାଣ୍ଡିଆନଙ୍କୁ ।

author-image
OTV Bureau
pandiaWill Not Accept Pandian as Leader

Will Not Accept Pandian as Leader Photograph: (OTV)

ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ। ତେଜୁଛି କନ୍ଦଳ। ମେଳି ପରେ ଏବେ ନିଶନାରେ ପାଣ୍ଡିଆନ୍। ସୁଜାତା ପାଣ୍ଡିଆନ୍ଙ୍କ ଏଣ୍ଟ୍ରିକୁ ନେଇ ଦେଖାଦେଲାଣି ବିରୋଧର ସଙ୍କେତ। ଶୁକ୍ରବାର ଭୁବନେଶ୍ବର ଉପକଣ୍ଠ ଝୁମୁକାରେ ମେଳି କରିଥିବା ନେତା ଟାର୍ଗେଟ କରିଛନ୍ତି ପାଣ୍ଡିଆନଙ୍କୁ । ମେଳିରେ ସାମିଲ୍ ଥିବା ପୂର୍ବତନ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ପାଣ୍ଡିଆନ୍ ଜଣେ ଭଲ ମ୍ୟାନେଜର।  କିନ୍ତୁ ଦଳର ନେତା ସେ ନୁହଁନ୍ତି।  ଦଳକୁ କେହି ହାଇଯାକ କରି ପାରିବେ ନାହିଁ। ଆମେ ସୈନିକ ହୋଇ ଲଢିବୁ। ବିଜେଡି ପ୍ରତିଷ୍ଠା ଦିବସରେ ମିସେସ୍ ପାଣ୍ଡିଆନ୍ ଦଳର ମଙ୍ଗ ଧରିବା ନେଇ ଚର୍ଚ୍ଚା ବଢୁଛି। ଯାହାକୁ ଏବେଠାରୁ ବିରୋଧ କରାଯିବା ଆରମ୍ଭ ହେଲାଣି। ଆଉ ଏହା ସମ୍ବିତଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। ସମ୍ବିତ ପୁଣି କହିଛନ୍ତି, ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଅମାର ଘର ଥିଲେ ମୂଷା ରହିବେ ଆଉ ମୂଷା ଖାଇବାକୁ ସାପ ଆସିବା ଉପାଖ୍ୟାନ କହି ପରୋକ୍ଷରେ ସେ ଚେତାବନୀ ଦେଇଛନ୍ତି। ଏହାସହ 2026ରେ ବହୁତ କିଛି ହବ ବୋଲି ସେ କହିଛନ୍ତି । ସେହିପରି  ବିଜେଡି କଣ କେବଳ ନବୀନଙ୍କୁ ନେଇ ଗଢାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ।  ବିଜୁଙ୍କ ଆଦର୍ଶରେ ଗଢ଼ା ହୋଇଛି ଦଳ। ଆଉ ଏହାର ଗଠନରେ ଦାମୋଦର ରାଉତ, କାଳନ୍ଦୀ ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସଙ୍କ ଭଳି ନେତାଙ୍କ ଅବଦାନ ରହିଛି କହି ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରିଛନ୍ତି ସମ୍ବିତ। 

Advertisment



24 ବିପର୍ଯ୍ୟୟ ପରେ ବିଜେଡ଼ିରେ ଏବେ ଗୋଷ୍ଠୀ କନ୍ଦଳ ତୀବ୍ର। ସୁପ୍ରିମୋ ନବୀନ ଗୋଟିଏ ପଟେ ନୂଆପଡ଼ା ପରାଜୟର ସମୀକ୍ଷା କରୁଛନ୍ତି ତ ଆଉ କେତେବେଳେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ କଥା ନବୀନ ନିବାସରେ ବୈଠକ କରି ବୁଝୁଛନ୍ତି। ଅନ୍ୟପଟେ ଦଳର ଗୋଟିଏ ବଡ଼ ଗୋଷ୍ଠୀ ପ୍ରତିଷ୍ଠା ଦିବସ ପୂର୍ବରୁ ମେଳି କରୁଛନ୍ତି ତ ଆଉ କେତେବେଳେ ବୟାନ ବାଜି କରି ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଲଗାଉଛନ୍ତି। ଆଉ ଏଥିରୁ ସ୍ପଷ୍ଟ ଜଣାପଡିଛି ବିଦ୍ରୋହ କେମିତି ଉଗ୍ର ରୂପ ଧାରଣ କଲାଣି ଦଳରେ। ଅପରପକ୍ଷେ ବରିଷ୍ଠ ବିଜେଡି ନେତା କହିଛନ୍ତି, ମତାନ୍ତର ମନାନ୍ତର ଥାଇପାରେ।  କେହି ମେଳି କରୁନାହାନ୍ତି, ଦଳ ଏକ ଅଛି। ରାଜନୈତିକ ସମୀକ୍ଷକଙ୍କକହିବା କଥା, ପାଣ୍ଡିଆନ୍ଙ୍କ ପାଇଁ ଦଳରେ ଏବେ ସ୍ଥିତି ଭୟଙ୍କର। କାଳେ ପାଣ୍ଡିଆନ୍ ଦମ୍ପତି ବିଜେଡ଼ି କୁ ଅକ୍ତିଆର କରିନେବେ ସେଥିପାଇଁ ବିରୋଧ ତୀବ୍ର ହେଉଛି। 

Advertisment
Related Articles
Advertisment