Advertisment

BJD suspends 2 MLAs : ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ସସ୍‌ପେଣ୍ଡ

୨ ବିଧାୟକଙ୍କୁ ସସ୍‌ପେଣ୍ଡ କଲା ବିଜେଡି। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ସସ୍‌ପେଣ୍ଡ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା ବିଧାୟକ। ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ।

author-image
Satyajeet Sahoo
bjd

ବିଜେଡିର ବଡ଼ ଆକ୍ସନ୍। ୨ ବିଧାୟକଙ୍କୁ ସସପେଣ୍ଡ କଲା ବିଜେଡି। ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ନିଲମ୍ବିତ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆକ୍ସନ୍ ନିଆଯାଇଥିବା କହିଛି ବିଜେଡି। 

Advertisment

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉଭୟ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ। 

Naveen Patnaik BJD BJD MLA Odisha Political News
Advertisment
Related Articles
Advertisment