Advertisment

Internet Services Suspend in Sundargarh : ସୁନ୍ଦରଗଡ଼ରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ବନ୍ଦ। ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ। ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ।

author-image
Satyajeet Sahoo
sundar-garh2

ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ। ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ଜିଲ୍ଲା ପ୍ରଶାସନ। ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ। ଏଥିସହ ପୂରା ସୁନ୍ଦରଗଡ଼ରେ ଲାଗିଛି BNS ୧୬୩। ଉତ୍ତେଜନାକୁ ଦୃଷ୍ଟିରେ ରଖି BNS ୧୬୩ ଜାରି କରିଛି ପ୍ରଶାସନ। ସ୍ଥିତିକୁ ଦେଖି ୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରଖିବାକୁ ଅପିଲ୍ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି।

Advertisment

ଆଜି ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଢେଲାପଥର ମାଡ଼ କରିଥିଲେ ଉଭୟ ଗୋଷ୍ଠୀ। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତି ବିଗିଡ଼ିବା ପରେ ଫୋର୍ସ ମୁତୟନ ହୋଇଛନ୍ତି।

Internet Services Shut Sundargarh
Advertisment
Related Articles
Advertisment