/odishatv-khabar/media/media_files/2025/11/13/bihar-election-2025-11-13-13-13-44.jpg)
BIHAR-ELECTION Photograph: (OTV)
ବିହାରରେ କିଏ ଗଢ଼ିବ ସରକାର । କାହାମୁଣ୍ଡରେ ସୂନା କଳସ ଢ଼ାଳିଛନ୍ତି ଜନତା । ଆସନ୍ତାକାଲି ଆସିବ ଫଳାଫଳ । ଜନତା ପୁଣି NDAକୁ ବାଛିଛନ୍ତି ନା ମହାଗଠବନ୍ଧନ ସପକ୍ଷରେ ଯାଇଛି ଜନମତ ତାହା ଆସନ୍ତାକାଲି ଗଣତି ପରେ ସ୍ପଷ୍ଟ ହେବ । ଏଥର ବିହାରରେ ଦ୍ବିତୀୟ ପର୍ଯ୍ୟାୟରେ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨। ଆସନ୍ତାକାଲି ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ ଓ ଏହାର ଅଧଘଣ୍ଟା ପରେ ଇଭିଏମ ଗଣତି ଆରମ୍ଭ ହେବ ।
ବିହାର ବିଧାନସଭା ନିର୍ବାଚନ ଏକଜିଟ ପୋଲ ଆକଳନରେ ଏନଡିଏ ଆଗରେ ରହିଛି। ଏନଡିଏକୁ ବହୁମତ ମିଳିବ ବୋଲି ଏକପ୍ରକାର ଚିତ୍ର ଏକଜିଟ ପୋଲରେ ସ୍ପଷ୍ଟ ହୋଇଛି।
ମାଟ୍ରିଜର ଏକଜିଟ ପୋଲ କହିଛି ଏନଡିଏ ୧୪୭ରୁ ୧୬୭ ଆସନରେ ଆସିବ। ମହାଗଠବନ୍ଧନକୁ ୭୦ରୁ ୯୦ ଆସନ ମିଳିବ। ପିପୁଲସ ପଲସ ଆକଳନ କହିଛି, ଏନଡିଏ ୧୩୩ରୁ ୧୫୯ ସିଟ ପାଇବ, ମହାଗଠବନ୍ଧନକୁ ୭୫ରୁ ୧୦୧ ସିଟ ମିଳିବ। ସେହିଭଳି ଭାସ୍କର, ଏନଡିଏକୁ ୧୪୫ରୁ ୧୬୦ ସିଟ ଦେଇଥିବା ବେଳେ ମହାଗଠବନ୍ଧନକୁ ୭୩ରୁ ୯୧ ସିଟ ପାଇବ ବୋଲି କହିଛି।
ପିପୁଲସ ଇନସାଇଟ ଏନଡିଏକୁ ମଧ୍ୟ ବହୁମତ ଦେଇଛି। ୧୩୩ରୁ ୧୪୮ ଆସନ ଏନଡିଏ ହାତେଇବ, ମହାଗଠବନ୍ଧନ ୮୭ରୁ ୧୦୨ ସିଟ ପାଇବ ବୋଲି ସଂସ୍ଥାର ଏକଜିଟ ପୋଲ କହିଛି ।
ସେହିଭଳି ଜେଭିସି, ୧୩୫ରୁ ୧୫୦ ସିଟ ଏନଡିଏ ହାତେଇବ ବୋଲି କହିଥିବା ବେଳେ ମହାଗଠବନ୍ଧନକୁ ୮୮ରୁ ୧୦୩ ସିଟ ମିଳିବ ବୋଲି କହିଛି। ପି ମାର୍କ ମଧ୍ୟ ଏନଡିଏକୁ ୧୪୨ରୁ ୧୬୨ ସିଟ ମିଳିବା ନେଇ ଆକଳନ କରିଥିବା ବେଳେ ମହାଗଠବନ୍ଧନ ୮୦ରୁ ୯୮ ସିଟ ପାଇବ ବୋଲି କହିଛି। ....
Gold Prices Surge Again: ପୁଣି ଡରାଇଲା ସୁନା...୨ ଦିନରେ ବଢ଼ିଲା ଏତେ ଟଙ୍କା, ରେଟ୍ ଶୁଣି ଛାନିଆ ଗ୍ରାହକ

Terror Mastermind: ନିରୀହ ଚେହେରା, ଖତରନାକ୍ ମାଇଣ୍ଡ...୨ ବର୍ଷର ଷଡଯନ୍ତ୍ର

Four Helpless Children: ଦୁଃଖର ପାହାଡ ତଳେ କଅଁଳ ବୟସ , ଏମିତି ଦୁଃଖ କାହାକୁ ନମିଳୁ

DNA Confirms: ଦିଲ୍ଲୀ ଆତଙ୍କୀ ବିସ୍ଫୋରଣ ମାମଲାରେ ବଡ଼ ଅପଡେଟ୍ , i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)