/odishatv-khabar/media/media_files/2025/11/03/cm_speech-2025-11-03-17-39-54.jpg)
CM_SPEECH Photograph: (OTV)
ନୂଆପଡ଼ାରେ ନବୀନ, ବିଜେପିରେ ମିଶିଲେ ଅମର। ଆଜି ବିଜେଡିକୁ ଏମିତି କିଛି ଶକ୍ତ ଧକ୍କା ଲାଗିଛି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଠିକ୍ ସମାନ ସମୟରେ ଭୁବନେଶ୍ବରରେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ।
ଏକଦା ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ଦଳ ସୁପ୍ରିମୋଙ୍କ ବେଶ୍ ଘନିଷ୍ଠ କୁହାଯାଉଥିବା ଅମର ଦଳକୁ ବାଏ ବାଏ କରି ଗେରୁଆ ଟୋପି ପିନ୍ଧି ପଦ୍ମ ଧରିଛନ୍ତି। ଏ ଅବସରରେ କାହିଁକି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ସେ କଥା କହିଛନ୍ତି ଅମର। ରାଷ୍ଟ୍ର ନିର୍ମାଣ, ବଡ଼ କାନଭାସରେ କାମ କରିବା ଏବଂ ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇଥିବା ସେ କହିଛନ୍ତି।
ଅଣନିଃଶ୍ବାସୀରୁ ମୁକ୍ତ ହେଲେ ଅମର । ବିଜେପିରେ ଅମର ପଟ୍ଟନାୟକ ସାମିଲ ହେବାପରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ବିଜେପିରେ କାମ କରିବାର ସୁଯୋଗ ପାଇବେ ଅମର । ରାଷ୍ଟ୍ରନିର୍ମାଣରେ ସାମିଲ ପାଇଁ ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ବ ଦେଇଛନ୍ତି । ବିଗତ ୧୬ ମାସ ଭିତରେ ୭ ଥର ଓଡ଼ିଶା ଆସିଛନ୍ତି ମୋଦି ।
Driver Suffers Heart Attack : ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍ , ବସ୍ରେ ଥିଲେ ୫୦ ଯାତ୍ରୀ

A Daughter’s Appeal: ବାପାଙ୍କୁ ଝିଅର ଚିଠି, ସବୁ କାମକୁ ପଛରେ ପକାଇଦିଅ...ପ୍ରଥମେ କର ଏହି କାମ

Wedding Goes Viral: ହାତରେ ନୁହେଁ, UPIରେ ମାଗିଲେ ଆଶୀର୍ବାଦ...ବାହାଘରରେ କନ୍ୟା ପିତାଙ୍କ ଅଜବ କାମ

Tiger Foot Marks Spotted: ଗାଁରେ ବୁଲିଲା ବାଘ , CCTVରେ କଏଦ ପରେ ତନାଘନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)