/odishatv-khabar/media/media_files/2026/02/09/bjd-2026-02-09-17-12-43.jpg)
BJD Photograph: (OTV)
ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି, ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ । ଆଉ ଅଟକିବୁ ନାହିଁ । ଏଇଟା ଥିଲା ଟ୍ରେଲର। ପୂରା ଫିଲ୍ମ ବାକି ଅଛି । ଫିଲ୍ମ ଆରମ୍ଭ ହେଲା । କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସରୋଜିନୀ ତରାଇ ଏବଂ ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଜୟ ତରାଇଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେଡିରୁ ସସପେଣ୍ଡ ଓ ବହିଷ୍କାର କରି କରି ସେ ଦଳରେ ମୁଖିଆଙ୍କୁ ମିଶାଇ ମାତ୍ର ତିନି ଜଣ ରହିବେ । ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୂଳିଆ ନେତା ଅଛନ୍ତି । ଆଉ ନିଜେ ବିଜେଡିର ମୁଖିଆ ।
ମାଙ୍କଡ଼ ଉପାଖ୍ୟାନ
ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ । ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ, ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି ରାଜ୍ୟର କିଛି ଭଲ ଦେଖିବ ନାହିଁ । ରାଜ୍ୟ ସରକରଙ୍କ ବିଷୟରେ କିଛି ଭଲ ଶୁଣିବ ନାହିଁ । କିଛି ଭଲ କହିବ ନାହିଁ, ଏହି ଧାରାରେ ଚାଲିଛି ।
ବିଜେପିର ଯେମିତି ମିଶ୍ରଣ ଚାଲୁ ରହିଛି । ବିଜେଡିର ସେମିତି ନିଲମ୍ବନ ପ୍ରକ୍ରିୟା ଚାଲୁ ରହିଥିବ ବୋଲି ଉପାସନା କହିଛନ୍ତି ।
ଏ ସଂପର୍କରେ ବିଜେଡି କିମ୍ୱା ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)