Advertisment

Ravana Inside BJD: ବିଜେଡିରେ ରାକ୍ଷସ କିଏ ? ବାପାଙ୍କ ରାସ୍ତାରେ ପୁଅ

ବାପାଙ୍କ ରାସ୍ତାରେ ପୁଅ । ବାପା ପ୍ରଭାତ ବିଶ୍ଵାଳଙ୍କ ଧାରା ଧରିଲେ ବିଧାୟକ ପୁଅ ସୌଭକ ବିଶ୍ଵାଳ । ମା କାଳୀ ରାକ୍ଷସ ଦମନ କରିବେ ବୋଲି କହି ଦଳକୁ ମାରିଲେ ତେରଛା ବାଣ । ରାମଙ୍କ କଥା କହିଲେ,  ରାମଙ୍କ ଚରିତ୍ର ଅନୁସରଣ କରିବାକୁ ପରାମର୍ଶ ଦେଲେ ।

author-image
Manas Ranjan Mohanty
Soubhik-biswal-on-bjd

Soubhik-biswal-on-bjd Photograph: (OTV)

 ବାପାଙ୍କ ରାସ୍ତାରେ ପୁଅ । ବାପା ପ୍ରଭାତ ବିଶ୍ଵାଳଙ୍କ ଧାରା ଧରିଲେ ବିଧାୟକ ପୁଅ ସୌଭକ ବିଶ୍ଵାଳ । ମା କାଳୀ ରାକ୍ଷସ ଦମନ କରିବେ ବୋଲି କହି ଦଳକୁ ମାରିଲେ ତେରଛା ବାଣ । ରାମଙ୍କ କଥା କହିଲେ,  ରାମଙ୍କ ଚରିତ୍ର ଅନୁସରଣ କରିବାକୁ ପରାମର୍ଶ ଦେଲେ । ତେବେ ଏଠି ପ୍ରଶ୍ନ କାହାକୁ ରାକ୍ଷସ କହିଲେ ସୌଭକ ? ବିଜେଡି ଭିତରେ ରାବଣ କିଏ ? କାହାକୁ ଅସାମାଜିକ ଚିନ୍ତାଧାରାର ବ୍ୟକ୍ତି ବୋଲି କହିଲେ ସୌଭିକ । କେଉଁ ବ୍ୟକ୍ତିବିଶେଷ ବିରୋଧରେ ବିଦ୍ରୋହ କରିବାର ଦେଲେ ଚେତାବନୀ ? ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା ସାଧିଲେ କି ବିଧାୟକ ସୌଭିକ ବିଶ୍ୱାଳ ?

ପୂର୍ବରୁ ହେଲିକ୍ୟାପ୍ଟରରେ ବୁଲିବା ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ବବିଙ୍କୁ ସୌଭିକ କରିଥିଲେ ଟାର୍ଗେଟ । କିଛି ଦିନ ବ୍ୟବଧାନ ପରେ ପୁଣିଥରେ ବିଜେଡିରେ ଆରମ୍ଭ ହୋଇଛି ବୟାନବାଜି । ଦେବାଶିଷ, ରଣେନ୍ଦ୍ର, ଅଶୋକ, ଅରୁଣ, ବଦ୍ରୀ ଓ ଭୁପିନ୍ଦରଙ୍କ ପରେ ସୌଭିକ ଘର କଥା କହି ବିଜେଡିର କ୍ଷମତା କେନ୍ଦ୍ରକୁ କରିଛନ୍ତି ଟାର୍ଗେଟ । ସୌଭିକ କହିଛନ୍ତି, ଘର ଭିତରେ ଅର୍ଥାତ ବିଜେଡି ଭିତରେ ଥିବା ଆତଙ୍କୀ ମନୋଭାବ ବା ଅସାମାଜିକ ଚିନ୍ତାଧାରାର ବ୍ୟକ୍ତିବିଶେଷଙ୍କୁ କରାଯିବ ଜୋରଦାର ବିରୋଧ । କାଳୀପୂଜାରେ ରାକ୍ଷସ ବଦ୍ଧ ହେଲା ଭଳି ବିଜେଡି ଭିତରେ ଥିବା ରାବଣକୁ ବଦ୍ଧ କରାଯିବ । 

Advertisment



ସୌଭିକଙ୍କ ରାବଣ ଉପାଖ୍ୟାନକୁ ଅଧିକ ଖୋରାକ ଯୋଗାଇବାକୁ ଯାଇ ପୁଣି ଥରେ ଶ୍ରୀମୟୀ ସୋସିଆଲ ମିଡିଆରେ ରଖିଛନ୍ତି ରାବଣ ଓ ବିଭୀଷଣର କଥା । କେମିତି ରାବଣ ବିଭୀଷଣର କଥାକୁ ଗ୍ରହଣ କରିନଥିଲା ଆଉ ନିଜର ଅହଂକାର ଓ ଭୁଲ ନିଷ୍ପତ୍ତି ପାଇଁ ମହାନ ସାମ୍ରାଜ୍ୟର ବିନାଶ ଘଟାଇଥିଲା ତାର ରଖିଛନ୍ତି ଉଦାହରଣ । ମୁଣ୍ଡ ଉପରେ ନୂଆପଡ଼ା ଉପ-ନିର୍ବାଚନ ଥିବାବେଳେ ଦଳ ଭିତରେ ଏଭଳି ବୟାନବାଜି ଦଳ ପାଇଁ ଅଡୁଆ ପରିସ୍ଥିତି ସ୍ରୁଷ୍ଟି କରୁଛି । 

Advertisment
Related Articles
Advertisment