/odishatv-khabar/media/media_files/2026/02/26/bjd-2026-02-26-15-31-32.jpg)
BJD Photograph: (OTV)
ରାଜ୍ୟସଭା ଟିକେଟ୍ କାହାକୁ ଦିଆଯାଏ ? ଯେଉଁମାନଙ୍କୁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ କରାଯାଇଥାଏ, ସେମାନଙ୍କୁ ରାଜ୍ୟସଭା ପଠାଯାଏ ବୋଲି କହିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। ମୋତେ ବି ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଆପଣଙ୍କୁ ଆମେ ରାଜ୍ୟସଭା ପାଇଁ ବିଚାର କରିବୁ।
ଦଳରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇ ଟିକେଟ୍ ଦିଆଯାଇନାହିଁ। ସେମାନଙ୍କୁ ଦିଆଗଲେ ଦଳର ଓ ସଭାପତିଙ୍କ ସମ୍ମାନ ରହିବ। ବହୁ ବରିଷ୍ଠ ବି କହୁଛନ୍ତି ଏକଥା। ଏହା କେବଳ ନେତାଙ୍କ ମତ ନୁହେଁ ସବୁ କର୍ମୀ ବି ଚାହୁଁଛନ୍ତି ବୋଲି ସେ କହିଛନ୍ତି ।
ସେପଟେ ଆଜି ୬ ସେଟ୍ ଫର୍ମ ନେଇଛି ବିଜେଡି। ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଆରମ୍ଭ ହେଲା ନିର୍ବାଚନ କସରତ। ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ୍ ଫର୍ମ ନେଇଛି ବିଜେଡି। ବିଧାନସଭା ସମ୍ମିଳନୀ କକ୍ଷରୁ ଫର୍ମ ନେଲେ ସାଂସଦ ସସ୍ମିତ ପାତ୍ର...
ରାଜ୍ୟସଭା ଆସନକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା
'ମତେ ବି ପ୍ରତିଶ୍ରୁତି ମିଳିଥିଲା, ଆପଣଙ୍କୁ ଆମେ ରାଜ୍ୟସଭା ପାଇଁ ବିଚାର କରିବୁ'
'ଦଳରେ ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ ଟିକେଟ୍ ମିଳିନି'
'ପ୍ରତିଶ୍ରୁତି ମିଳିଥିବା ନେତାଙ୍କୁ ଦିଆ ଗଲେ ଦଳର ଓ ସଭାପତିଙ୍କ ସମ୍ମାନ ରହିବ'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)