/odishatv-khabar/media/media_files/2025/12/03/social-media-2025-12-03-15-20-37.jpg)
social media Photograph: (OTV)
ବିବାହରେ ବୋହୂର ପ୍ରଥମ ଝଲକ, ପ୍ରଥମ ରୋଷେଇ… ସବୁ ମନେ ରଖାଯାଏ, କିନ୍ତୁ ଯଦି ବୋହୂର ପ୍ରଥମ ପରଫର୍ମାନ୍ସ୍ ହିଁ ଘରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ ତାହେଲେ କ’ଣ ହେବ? ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଶ୍ବଶୁରଘରେ ଲୋକଙ୍କ ଘେରରେ ଓଢ଼ଣା ଟାଣି ଜଣେ ନୂଆ ବୋହୂ ହଠାତ୍ ଏମିତି ପରଫର୍ମାନ୍ସ୍ ଦେଖାନ୍ତି, ଯାହା ଯେକୌଣସି ବଲିଉଡ୍ ଫିଲ୍ମର କ୍ଲାଇମ୍ୟାକ୍ସ ଠାରୁ କମ୍ ଲାଗୁନାହିଁ।
ବିବାହ ପରେ ଶ୍ବଶୁରଘରେ ଯେତେବେଳେ ଏକ ସ୍ବତନ୍ତ୍ର ରୀତିନୀତି ଚାଲିଥିବା ସମୟରେ ବୋହୂ ଗିଟାର ଧରିଲେ ରୁମରେ ଥିବା ଲୋକଙ୍କ ଫୋକସ ତାଙ୍କ ଉପରକୁ ଚାଲିଯାଇଥିଲା । ଗୋଟିଏ ମୁହୂର୍ତ୍ତ ପାଇଁ ତ ଲାଗୁଥିଲା ଯେମିତି ପୁରା ପରିବେଶ ନିଶ୍ବାସ ଅଟକାଇ କେବଳ ତାଙ୍କର ସେହି ସ୍ବରର ଅପେକ୍ଷା କରୁଛି ଆଉ ତା’ପରେ… ଓଢ଼ଣା ପଛରୁ ଆସୁଥିବା ତାଙ୍କର ନରମ, ସ୍ପଷ୍ଟ ଏବଂ ସୁରରେ ଡୁବିଥିବା କଣ୍ଠରେ “ତେରା ମେରା ପ୍ୟାର ଅମର…” ଶୁଣି କୋଠରିରେ ବସିଥିବା ଲୋକଙ୍କ ମୁହଁ ଏକଦମ୍ ହସରେ ଭରିଯାଇଥିଲା । କେହି “Wow” କହୁଛନ୍ତି ଆଉ କେହି କେହି ଶୁଣିବାରେ ଏତେ ହଜିଯାଇଛନ୍ତି ଯେ କେବଳ ଜଣେ ବୋହୂ ‘ରାଣୀ’କୁ ଦେଖୁଛନ୍ତି।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ @arsh__utkarsh ନାମକ ପେଜ୍ରୁ ଶେୟାର ହୋଇଥିଲା ଏବଂ ପୋଷ୍ଟ ହେବା ମାତ୍ରେ ଇଣ୍ଟରନେଟ୍ରେ ଧମାକା କରିଦେଲା। କମେଣ୍ଟ ସେକ୍ସନ୍ ପୁରାପୁରି ଭଲପାଇବା ଓ ମଜେଦାର ରିଆକ୍ସନ୍ରେ ଭରିଗଲା। ଜଣେ ୟୁଜର ଲେଖିଛନ୍ତି, “ଏ ତ ବୋହୂ ନୁହନ୍ତି, ଘରର ସିକ୍ରେଟ୍ ପ୍ଲେଲିଷ୍ଟ ।” ଆଉ ଜଣେ ଲେଖିଛନ୍ତି, “ଭାଉଜଙ୍କ ହିଡେନ୍ ଟ୍ୟାଲେଣ୍ଟ ଦେଖି ତ ପୁରା କଲୋନୀ ଦୋହଲିଗଲା । ତୃତୀୟ ଜଣେ ଲେଖିଛନ୍ତି, “ରକ୍ଷ୍ଟାର ବୋହୂ ତ ଘରକୁ ଆସିବା ମାତ୍ରେ ଛାଇଗଲେ।” ଲୋକେ ବୋହୂର କଣ୍ଠର ପ୍ରଶଂସା କଲେ, ତାଙ୍କ ଆତ୍ମବିଶ୍ୱାସର ପ୍ରଶଂସା କଲେ ଏବଂ ସବୁଠାରୁ ଅଧିକ… ସେହି ସରପ୍ରାଇଜ୍ ଫ୍ୟାକ୍ଟରର ପ୍ରଶଂସା କଲେ, ଯାହା ସମସ୍ତଙ୍କୁ ଦିୱାନା କରିଦେଇଛି।
Shubhankar Mishra Apologises: ବିବାଦ ଓ ବିରୋଧ ତେଜିବା ପରେ କ୍ଷମାପ୍ରାର୍ଥନା: ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା

Byanjan Dwadashi: ଶ୍ରୀମନ୍ଦିରରେ ୮୭୫ ପ୍ରକାର ବ୍ୟଞ୍ଜନ

Pakistan Hiding the Damage: ନିଜ ମାଟିରୁ ଅପରେସନ୍ ସିନ୍ଦୂର ଦାଗ ଲିଭାଉଛି ପାକିସ୍ତାନ

Ranveer Singh Faces Outrage: କାନ୍ତାରା ଫିଲ୍ମଙ୍କୁ ଥଟ୍ଟା କରି ଫସିଲେ ରଣବୀର ସିଂ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)