Advertisment

Police SI Recruitment Scam: ବ୍ୟାପମ୍ ଦୁର୍ନୀତିକୁ ବଳିଯିବ କି `ପୋଲିସ SI' ମହାଘୋଟାଲା ? କିଙ୍ଗପିନ୍ ମୁନା ଓ ଶଙ୍କର ସାମ୍ନାକୁ ଆସିବା ପରେ ବଢ଼ିଲା ଚର୍ଚ୍ଚା

ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିକୁ ବଳିଯିବ କି ପୋଲିସ SI ପରୀକ୍ଷା ମହାଘୋଟାଲା ? କାରଣ ଓଡ଼ିଶା ପୋଲିସର ମେରୁଦଣ୍ଡ କୁହାଯାଉଥିବା SUB INSPECTOR ନିଯୁକ୍ତି ଦୁର୍ନୀତିରେ କୋଟି କୋଟିର ଖେଳ ହୋଇଛି। ଯାହାର କିଙ୍ଗପିନ୍ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟି।

author-image
Tapan Swain
MUNA-SANKAR

MUNA-SANKAR Photograph: (OTV)


ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିକୁ ବଳିଯିବ କି ପୋଲିସ SI ପରୀକ୍ଷା ମହାଘୋଟାଲା ? କାରଣ ଓଡ଼ିଶା ପୋଲିସର ମେରୁଦଣ୍ଡ କୁହାଯାଉଥିବା SUB INSPECTOR ନିଯୁକ୍ତି ଦୁର୍ନୀତିରେ କୋଟି କୋଟିର ଖେଳ ହୋଇଛି। ଯାହାର କିଙ୍ଗପିନ୍ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟି। ଶଙ୍କର ହେଉଛି ପଞ୍ଚସଫଟ ସଂସ୍ଥାର ମୁଖ୍ୟ, ଯେଉଁ ସଂସ୍ଥାକୁ ଗତକାଲି ସିଲ୍ କରିଛି ପୋଲିସ। ସେହିପରି ପରଦା ପଛରେ ବହୁ ବଡ଼ବଡ଼ିଆଙ୍କ ବି ହାତ ଥିବା ଆଶଙ୍କା କରାଯାଉଛି, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା OPRBର ଭୂମିକାକୁ ନେଇ ବି ଉଠିଛି ସାଂଘାତିକ ପ୍ରଶ୍ନ। ଯାହାକୁ ନେଇ ପଲିଟିକାଲ୍ ମୈଦାନରେ ବି ଏବେ ଘମାସାନ।...
ପୋଲିସ SI ନିଯୁକ୍ତି କେଳେଙ୍କାରୀରେ କୋଟି କୋଟିର ଖେଳ...ନେଟୱାର୍କ ପଛରେ ବହୁ ପ୍ରଭାବଶାଳୀଙ୍କ ଲିଙ୍କ୍...ମହାଘୋଟାଲା ପଛରେ ସାଂଘାତିକ ଷଡ଼ଯନ୍ତ୍ରର ସୁରାଗ୍...ରାଜ୍ୟରେ ଏତେ ବଡ଼ ଚାକିରୀ ଘୋଟାଲାର ଖୁଲାସା ବୋଧହୁଏ, ନା କେବେ ହୋଇଥିଲା ନା କେହି ଶୁଣିଥିଲେ।

Advertisment

ବହୁଚର୍ଚ୍ଚିତ ମଧ୍ୟପ୍ରଦେଶର ‘ବ୍ୟାପମ୍’ ଦୁର୍ନୀତି ଭଳି ସାମ୍ନାକୁ ଆସିଛି ଘଟଣା। ଏହି ୨ ଚେହେରା କେଳେଙ୍କାରୀ ପଛର ଜଣେ ଜଣେ କିଙ୍ଗପିନ୍। ଜଣେ ଗଞ୍ଜାମ ଶେରଗଡ଼ ଅଞ୍ଚଳର ଶଙ୍କର ପୃଷ୍ଟି ଏବଂ ଅନ୍ୟ ଜଣେ କଟକ ଜିଲ୍ଲା ବାଙ୍କି କଳାପଥରର ମୁନା ମହାନ୍ତି। ଶଙ୍କର ହେଉଛି ବ୍ରହ୍ମପୁର ପଞ୍ଚସଫଟ ସଂସ୍ଥାର ମୁଖ୍ୟ। ଏହି ୨ ଜଣ ୩ଟି ବସରେ ୧୧୪ ପରୀକ୍ଷାର୍ଥୀଙ୍କୁ ଧରି ସ୍ପେଶାଲ କୋଚିଂ ପାଇଁ ନେଉଥିଲେ ଶ୍ରୀକାକୁଲମ୍।

ଏହି ୨ କିଙ୍ଗପିନଙ୍କ ଚେହେରା ସାମ୍ନାକୁ ଆସିବା ପରେ ଏବେ ରାଜ୍ୟ ପୋଲିସ ବିଭାଗରେ ଏବେ ହୁଲସ୍ତୁଲ୍। ଗର୍ଜିଛନ୍ତି ପୋଲିସ SI ଆଶାୟୀ। ପରୀକ୍ଷା ପରିଚାଳନାରେ ବାରମ୍ବାର ପ୍ରଘଟ ଏବଂ ଦାୟିତ୍ବହୀନତା ପଛରେ କିଛି କୋଚିଂ ସେଣ୍ଟର ଏବଂ ବଡ଼ ବଡ଼ିଆଙ୍କ ହାତ ଥିବା ପରୀକ୍ଷାର୍ଥୀ ଆଶଙ୍କା କରିଛନ୍ତି। 

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବ ଇନିସପେକ୍ଟର ପଦବୀ ପୋଲିସ ବିଭାଗର ଏକ ମେରୁଦଣ୍ଡ। ଦକ୍ଷତା, ଦାୟିତ୍ବ ଏବଂ ଯୋଗ୍ୟତା ବଳରେ ଜଣେ SI, SP ଯାଏଁ ପଦୋନ୍ନତି ପାଇଥାନ୍ତି। ଅଥଚ ଦାୟିତ୍ବହୀନ ଭାବେ ଗୁରୁତ୍ବପୂର୍ଣ୍ଣ ପଦବୀର ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ସାମ୍ନାକୁ ଆସିଛି। SI ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିଲା ଓଡ଼ିଶା ପୋଲିସ ରିକ୍ରୁଇଟ୍ ମେଣ୍ଟ ବୋର୍ଡ ତଥା OPRB। କିନ୍ତୁ OPRB ITI ଲିମିଟେଡକୁ ଦେଇଥିଲା ଟେଣ୍ଡର।

ITI ଲିମିଟେଡ ସିଲିକନକୁ ଦାୟିତ୍ବ ଦେଇଥିଲା, ସିଲିକନ୍ ଦେଇଥିଲା ବ୍ରହ୍ମପୁରର ପଞ୍ଚସଫ୍ଟକୁ। ଯାହାର ମୁଖ୍ୟ ଶଙ୍କର ବୋଲି କୁହାଯାଉଛି। ତେବେ କାହା ଇସାରାରେ ଶଙ୍କର ଓ ମୁନା ଚଳାଇଥିଲେ ରାକେଟ ? କାହିଁକି ଏକ ଘରୋଇ ସଂସ୍ଥା ହାତରେ ନିଯୁକ୍ତି ପ୍ରକ୍ରିୟାକୁ ଟେକିଦେଇଥିଲା OPRB ? ଏତେବଡ଼ ଘୋଟାଲା ସଂପର୍କରେ ଆଗୁଆ ଜାଣିନପାରିବା OPRBର ଦାୟିତ୍ବହୀନତା ନା ଏହାପଛରେ ରହିଛି ଅନ୍ୟ କିଛି ରହସ୍ୟ ?

 ରାଜ୍ୟର ୯୩୩ SI ପୋଷ୍ଟ ପାଇଁ ଗତ ଜାନୁୟାରୀରେ ବାହାରିଥିଲା ବିଜ୍ଞାପନ। ପ୍ରଥମେ ଲିଖିତ, ପରେ ଶାରିରୀକ ଏବଂ ତା’ପରେ ମୌଖିକ ପରୀକ୍ଷା ହୋଇଥାନ୍ତା। କିନ୍ତୁ ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷ ଲେଖାଏଁ ଡିଲ୍ ହୋଇଥିଲା। ଗିରଫ ୧୧୪ ପରୀକ୍ଷାର୍ଥୀ ଅଗ୍ରୀମ ୧୦ ଓ ପରୀକ୍ଷାରେ ପାସ୍ ହୋଇଥିଲେ ବଳକା ୧୫ ଲକ୍ଷ ଦେଇଥାନ୍ତେ। ଏଭଳି ଯଦି ହିସାବ କରାଯାଏ, ତେବେ ୩ଟି ପର୍ଯ୍ୟାୟ ଅନୁଯାୟୀ କେତେ କୋଟି ଟଙ୍କାର ଘୋଟାଲା ଚାଲିଥିଲା ଅନୁମାନ ଲଗାନ୍ତୁ।

ଏହି କେଳେଙ୍କାରୀ ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ର ସୀମାନ୍ତରୁ ୩ଟି ବସ୍ ସହ ୧୧୪ ପିଲା ଏବଂ ୩ ଦଲାଲ ବିଶ୍ବଜିତ ହରିଚନ୍ଦନ, ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାଁକୁ ଧରିଥିଲା ବ୍ରହ୍ମପୁର ପୋଲିସ। ଗିରଫ ମଧ୍ୟରେ ପୋଲିସ ବିଭାଗର ଜଣେ ପୂର୍ବତନ ଅଧିକାରୀଙ୍କ ପୁଅ ଥିବା ଅଭିଯୋଗ କରି OPRBର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ। ସେହିପରି ରାଜନୈତିକ ବୟାନବାଜି ବି ଜୋର ଧରିଛି। 

ଗତ ଜାନୁଆରୀ ୧୭ରେ ବିଜ୍ଞପ୍ତି ପ୍ରକାଶ ପରେ ଅନିବାର୍ଯ୍ୟ କାରଣ ଯୋଗୁ ମଝିରେ ୨ ଥର ତାରିଖ ଘୁଞ୍ଚିବା ପରେ ଏମାସ ୫ ଓ ୬ରେ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା। ଆଉ ଏବେ ପୁଣି ସ୍ଥଗିତ ରହିଥିବା ପରୀକ୍ଷା, କେବେ ହେଉଛି ଏବଂ କେବେ ସାମ୍ନାକୁ ଆସୁଛନ୍ତି ଦୁର୍ନୀତି ପଛର ବଡ଼ବଡ଼ିଆ, ତାକୁ ଅପେକ୍ଷା। 

Recruitment Scam Odisha Police SI Exam
Advertisment
Related Articles
Advertisment