/odishatv-khabar/media/media_files/2025/10/11/dholkia_dhamaka-2025-10-11-20-23-06.jpg)
DHOLKIA_DHAMAKA Photograph: (OTV)
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ 'ଜୟ' ଝଟକା । ପଦ୍ମ ଶିବିରରେ ଜୟ ଢୋଲକିଆ । ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ କମର କଷା ଭିତରେ ଆଜି ରାଜ୍ୟ ରାଜନୀତିକୁ ହଲଚଲ କରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ନୂଆପଡ଼ାର ଦିବଂଗତ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ, ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିଲା। ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଥିଲା ବିରୋଧୀ ଦଳ। କିନ୍ତୁ ପ୍ରାର୍ଥୀ ଘୋଷଣା ଆଗରୁ ବିଜେଡିର ସବୁ ଅଙ୍କକୁ ଭୁଲ୍ ପ୍ରମାଣିତ କରିଛି ବିଜେପି।
ନିର୍ବାଚନର ଠିକ୍ ମାସକ ଆଗରୁ ଜୟଙ୍କୁ ନିଜ ଶିବିରକୁ ଆଣି ବିଜେଡିକୁ ବଡ଼ ଚେକ୍ ଦେଇଛ ପଦ୍ମ ଦଳ। ଜୟଙ୍କୁ ନିଜ ଶିବିରକୁ ଆଣିବାକୁ ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ହୋଇଥିଲା ବିଶାଳ ଆୟୋଜନ। ମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଗହଣରେ ଗେରୁଆ ଦଳରେ ସାମିଲ ହୋଇଥିଲେ ଜୟ। ଆଉ କହିଥିଲେ, ଦଳ ତାଙ୍କୁ ଯାହା ଦାୟିତ୍ବ ଦେବ, ପାଳନ କରିବେ। ସେପଟେ ଜୟ ବିଜେପିକୁ ଆସିବା ପରେ ନୂଆପଡ଼ାରେ ସେ ବିକାଶର ମଙ୍ଗ ଧରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏପଟେ ଜୟ ଠିକ୍ ନିର୍ବାଚନ ପୂର୍ବରୁ ବିଜେପିିକୁ ଡେଇଁବା ପରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ନୂଆପଡ଼ାରେ ଆଜି ଢୋଲକିଆଙ୍କ ସମର୍ଥକ ମଧ୍ୟ ବିଜେଡିରୁ ମୁହଁ ଫେରାଇ ନେଇଛନ୍ତି। ନୂଆପଡାରେ ଆଜି ଜୟଙ୍କୁ ନେଇ ଜନ ସମ୍ପର୍କ ପଦଯାତ୍ରା ସମାବେଶ କରିଥାନ୍ତା ବିଜେଡି। ଏଥିପାଇଁ ଦଳର ରାଜ୍ୟସ୍ତରୀୟ ନେତା ଗତକାଲିଠୁ ନୂଆପଡ଼ାରେ ଡେରା ପକାଇବା ସହ ବିଶେଷ ଆୟୋଜନ କରାଯାଇଥିଲା। ବିଜେଡି ବ୍ୟାନରରେ ପ୍ରସ୍ତୁତ ହୋଇଥିଲା ବିରାଟ ସଭାମଞ୍ଚ। କିନ୍ତୁ ଶନିବାର ସକାଳେ ଜୟ ପଦ୍ମ ଧରୁଥିବା ନେଇ ଭାଇରାଲ ହୋଇଥିଲା ପୋଷ୍ଟର। ଯାହାକୁ ନେଇ ଅକଳରେ ପଡ଼ିଥିଲା ବିଜେଡି। ପରେ କାର୍ଯ୍ୟକ୍ରମ ବାତିଲ କରି ଜରୁରୀ ବୈଠକ କରିଥିଲେ ନୂଆପଡା ଦାୟିତ୍ବରେ ଥିବା ବିଜେଡି ନେତା। ହେଲେ ଢୋଲକିଆଙ୍କ ସମର୍ଥକମାନେ ବିଜେଡି ଆୟୋଜିତ କାର୍ଯ୍ୟକ୍ରମରୁ ବାହାରି ଯାଇ ବିନା ବ୍ୟାନରରେ ବଡ ରାଲିର ଆୟୋଜନ ଜୟଙ୍କ ସପକ୍ଷରେ ଶକ୍ତି ପ୍ରଦର୍ଶନ କରିଥିଲେ। ଜୟ ବିଜେପିକୁ ଆସିବା ପରେ ବିଜେଡି କହିଛି, ସେ ବିକ୍ରି ହୋଇଗଲେ। କଂଗ୍ରେସ ବି ସମାନ ଅଭିଯୋଗ ଆଣିଛି।ଯାହାର କଡ଼ା ଜବାବ ରଖିଛି ବିଜେପି।...
ସେପଟେ ଜୟ ପଦ୍ମ ଦଳକୁ ଆସିବା ପରେ ବିଜେପିରେ ବି ଦେଖାଦେଇଥିଲା ଅଡୁଆ ସ୍ଥିତି। ଅସନ୍ତୋଷ ପ୍ରକାଶ କରିଥିଲେ ନୂଆପଡା ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା। କାରଣ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା ଉପନିର୍ବାଚନରେ ବି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଭଳି ସ୍ଥିତିରେ ଭୁବନେଶ୍ବର ଅତିଥି ଭବନରେ ବସନ୍ତଙ୍କୁ ପ୍ରାୟ ୪ ଘଣ୍ଟା ଧରି ମାନ ଭଞ୍ଜନ କରାଇଥିଲେ ରାଜ୍ୟ ସଭାପତି। ପରେ ବସନ୍ତ ପଣ୍ଡା ବିଜେପି କାର୍ଯ୍ୟାଳୟକୁ ଆସି ଜୟ ଢୋଲକିଆଙ୍କ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।
ଏଠି ପ୍ରଶ୍ନ ଉଠୁଛି ବିଜେପି ଜୟଙ୍କୁ ଆଣିବା ପଛର ଉଦ୍ଦେଶ୍ୟ କଣ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତାକୁ ଆୟୁଧ କରି ବିଜେଡି ହାତକୁ ଶୂନ କରିବା ମୁଖ୍ୟ ଉଦ୍ଦେଶ୍ୟ କି ? ନା କଂଗ୍ରେସ ପ୍ରାର୍ଥୀଙ୍କୁ କଡା ଟକ୍କର ଦେବାକୁ ବିଜେପିର ଏ ପ୍ରୟାସ ? ୨୦୨୪ ନିର୍ବାଚନର ତୃତୀୟରେ ଥିବା ବିଜେପି ଏଥର ଆସନ ଦଖଲ କରି ସିଟ୍ ସଂଖ୍ୟା ୭୯ କରିବା ଲକ୍ଷ୍ୟରେ ରହିଛି କି?
ନୂଆପଡାରେ ଜୟଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ସେପଟେ ବିଜେଡି ଏବେ କାହାକୁ ମୈଦାନକୁ ଆଣିବା, ତା ଉପରେ ସମସ୍ତଙ୍କ ନଜର।...
Pitabas Panda Murder: ହତ୍ୟା ପରେ ଅଭିଯୁକ୍ତ ଗଲେ କୁଆଡ଼େ ? ଗୋଟିଏ ଦାମୀ ଗାଡ଼ିର ମିଳିଛି ସୁରାକ

Car Catches Fire: କାରରେ ଶୋଇଥିଲେ ୩ଜଣ, ହଠାତ ନିଆଁ ଲାଗି ଜଳିଗଲା...ଆଉ ତାପରେ

Vegetable Prices: କାର୍ତ୍ତିକ ମାସ ଆରମ୍ଭରୁ ବଢ଼ିଲାଣି ପରିବା ଦର, ଚିନ୍ତାରେ ଗ୍ରାହକ

Inspirational Journey: ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଥିଲେ, ସେହି କମ୍ପାନୀରେ ଏବେ ସଫ୍ଟୱେର୍ ଇଂଜିନିୟର...ସଫଳତାର କାହାଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)