/odishatv-khabar/media/media_files/2025/11/14/nitish-kumar-2025-11-14-19-41-21.jpg)
Nitish Kumar Photograph: (OTV)
ବିହାର ରାଜନୀତିର ଏକ ଅବିଚ୍ଛେଦ୍ୟ ନାମ ହେଉଛନ୍ତି ନୀତୀଶ କୁମାର। ସେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଦୀର୍ଘ ସମୟ ଧରି ରାଜ୍ୟର ଉନ୍ନୟନ ଓ ରାଜନୈତିକ ସ୍ଥିରତା ପାଇଁ ପରିଚିତ। ତାଙ୍କର ରାଜନୈତିକ ଯାତ୍ରା ଅନେକ ଉତ୍ଥାନ-ପତନର ସାକ୍ଷୀ ରହିଛି। ଆସନ୍ତୁ ଜାଣିବା ନୀତୀଶ କୁମାରଙ୍କ ଜୀବନୀ ଓ ରାଜନୈତିକ କ୍ୟାରିୟର ସଂପର୍କରେ।
ନୀତୀଶ କୁମାରଙ୍କ ଜନ୍ମ ୧୯୫୧ ମାର୍ଚ୍ଚ ୧ ତାରିଖରେ ବିହାରର ପଟନା ଜିଲ୍ଲା ଅନ୍ତର୍ଗତ ବକ୍ତିଆରପୁର ଗ୍ରାମରେ ହୋଇଥିଲା। ତାଙ୍କ ପିତା କବିରାଜ ରାମ ଲଖନ ସିଂହ ଜଣେ ଆୟୁର୍ବେଦିକ ଚିକିତ୍ସକ ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ ଥିଲେ। ମାତା ପରମେଶ୍ୱରୀ ଦେବୀ ଜଣେ ଗୃହିଣୀ ଥିଲେ। ନୀତୀଶ ଚାରି ଭାଇଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ। ତାଙ୍କ ପରିବାର କୁର୍ମୀ ସମ୍ପ୍ରଦାୟର, ଯାହା ବିହାରର ରାଜନୀତିରେ ଏକ ପ୍ରଭାବଶାଳୀ ଜାତି ଭାବରେ ବିବେଚିତ।
ନୀତୀଶଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟମ ଥିଲା। ତାଙ୍କ ଘରେ ଶିକ୍ଷା ପ୍ରତି ଗୁରୁତ୍ୱ ଦିଆ ଯାଉଥିଲା। ନୀତୀଶଙ୍କ ବିବାହ ୧୯୭୩ ସମିହାରେ ମଞ୍ଜୁ କୁମାରୀ ସିଂହଙ୍କ ସହ ହୋଇଥିଲା । ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ନୀତୀଶଙ୍କର ଏକମାତ୍ର ପୁଅ ନିଶାନ୍ତ କୁମାର ରାଜନୀତିରୁ ଦୂରେଇ ରହିଛନ୍ତି।
ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରରୁ …
ନୀତୀଶ କୁମାର ପ୍ରାଥମିକ ଶିକ୍ଷା ବକ୍ତିଆରପୁର ଏବଂ ପାଟନାରେ ସମ୍ପୂର୍ଣ୍ଣ କରିଥିଲେ। ସେ ପାଟନା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ବିହାର କଲେଜ ଅଫ୍ ଇଞ୍ଜିନିୟରିଂ (ବର୍ତ୍ତମାନ ନୀତୀଶ କୁମାର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ)ରୁ ୧୯୭୨ରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ।
ପାଠ ପଢ଼ୁଥିବା ସମୟରେ ସେ ପ୍ରସିଦ୍ଧ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱାଧୀନ ଛାତ୍ର ଆନ୍ଦୋଳନରେ ଯୋଗଦେଇ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ। ଇଞ୍ଜିନିୟରିଂ ପାଠ ପଢୁଥିବା ସମୟରେ ସେ ବିହାର ବିଦ୍ୟୁତ୍ ବୋର୍ଡରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ଏହାର କିଛିଦିନ ଭିତରେ ସେ ଆଉ ସରକାରୀ ଚାକିରିରେ ନିଜକୁ ସୀମିତ ନରଖି ରାଜନୀତିକୁ ପୂର୍ଣ୍ଣକାଳୀନ କ୍ୟାରିୟର କରିଥିଲେ।
ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରୁ ରାଜନୈତିକ ଯାତ୍ରା
ନୀତୀଶ କୁମାରଙ୍କ ରାଜନୈତିକ ଯାତ୍ରା ୧୯୭୦ ଦଶକରେ ଆରମ୍ଭ ହୋଇଥିଲା। ସେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସକ୍ରିୟ ଥିଲେ। ୧୯୭୭ରେ ସେ ଜନତା ପାର୍ଟିରୁ ହରନୌତ ବିଧାନସଭା ଆସନରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
୧୯୮୦ ଦଶକରେ ସେ ଜନତା ଦଳ ସହ ଯୋଡ଼ି ହୋଇ ବିହାର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ୧୯୮୯ରେ ସେ ପ୍ରଥମ ଥର ଲୋକସଭାକୁ ନାଳନ୍ଦା ଆସନରୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରୀୟ ରାଜନୀତିରେ ସେ ଦୁଇଥର ରେଳମନ୍ତ୍ରୀ ହୋଇଛନ୍ତି। ତାହା ହେଲା୧୯୯୮ରୁ ୯୯ ଏବଂ ୨୦୦୧ରୁ ୨୦୦୪। ସେହିପରି ୧୯୯୯ରୁ ୨୦୦୧ ପର୍ଯ୍ୟନ୍ତ ସେ କୃଷିମନ୍ତ୍ରୀ ଏବଂ ସଡ଼କ ପରିବହନ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ।
୧୯୯୪ରେ ସେ ଜନତା ଦଳରୁ ଅଲଗା ହୋଇ ସମତା ପାର୍ଟି (ବର୍ତ୍ତମାନ ଜନତା ଦଳ-ୟୁନାଇଟେଡ୍) ଗଠନ କରିଥିଲେ, ଯାହା ଲାଲୁ ପ୍ରସାଦ ଯାଦବଙ୍କ ବିରୁଦ୍ଧରେ ଏକ ବିକଳ୍ପ ଶକ୍ତି ଭାବରେ ଉଭା ହୋଇଥିଲା। ଏନଡିଏର ସହଯୋଗୀ ଭାବରେ ସେ ବିହାରରେ ଏକ ନୂଆ ରାଜନୈତିକ ଧାରା ସୃଷ୍ଟି କରିଥିଲେ।
ମୁଖ୍ୟମନ୍ତ୍ରୀ ପଦ ଓ ରାଜନୈତିକ ଉତ୍ଥାନ-ପତନ
ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ୯ ଥର ଶପଥ ନେଇଛନ୍ତି (୨୦୨୫ ନଭେମ୍ବର ପର୍ଯ୍ୟନ୍ତ)। ତାଙ୍କର କାର୍ଯ୍ୟକାଳ ସଂକ୍ଷିପ୍ତରେ ଏହିପରି।
1. ପ୍ରଥମ କାର୍ଯ୍ୟକାଳ (୩ ମାର୍ଚ୍ଚ ୨୦୦୦-୧୦ ମାର୍ଚ୍ଚ ୨୦୦୦): ମାତ୍ର ୭ ଦିନ। ଏନଡିଏ ସରକାର ଗଠନ ହୋଇଥିଲା, କିନ୍ତୁ ବହୁମତ ନ ମିଳିବାରୁ ଇସ୍ତଫା ଦେଇଥିଲେ।
2. ଦ୍ୱିତୀୟ କାର୍ଯ୍ୟକାଳ (୨୪ ନଭେମ୍ବର ୨୦୦୫ - ୨୪ ନଭେମ୍ବର ୨୦୧୦): ପ୍ରଥମ ପୂର୍ଣ୍ଣ କାର୍ଯ୍ୟକାଳ। ବିଜେପି ସହ ମେଣ୍ଟ କରି ବିହାରରେ ବିକାଶର ଧାରା ଆରମ୍ଭ କରିଥିଲେ – ସଡ଼କ, ବିଦ୍ୟୁତ୍, ନାରୀ ଶିକ୍ଷା ଇତ୍ୟାଦି।
3. ତୃତୀୟ କାର୍ଯ୍ୟକାଳ (୨୬ ନଭେମ୍ବର ୨୦୧୦ - ୧୭ ମେ ୨୦୧୪): ପୁନର୍ବାର ଏନଡିଏ ସହ ମିଶି ସରକାର। ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ବିଜେପି ସହ ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ।
4. ଚତୁର୍ଥ କାର୍ଯ୍ୟକାଳ (୨୦ ଜୁଲାଇ ୨୦୧୫ - ୨୬ ଜୁଲାଇ ୨୦୧୭): ମହାଗଠବନ୍ଧନ (ଆରଜେଡି + କଂଗ୍ରେସ + ଜେଡିୟୁ) ସହ। ଲାଲୁ ପ୍ରସାଦଙ୍କ ଦୁର୍ନୀତି ଅଭିଯୋଗ ଯୋଗୁଁ ଇସ୍ତଫା।
5. ପଞ୍ଚମ କାର୍ଯ୍ୟକାଳ (୨୭ ଜୁଲାଇ ୨୦୧୭ - ୧୬ ନଭେମ୍ବର ୨୦୨୦): ପୁନର୍ବାର ବିଜେପି ସହ ମେଣ୍ଟ।
6. ଷଷ୍ଠ କାର୍ଯ୍ୟକାଳ (୧୬ ନଭେମ୍ବର ୨୦୨୦- ୯ ଆଗଷ୍ଟ ୨୦୨୨): ଏନଡିଏ ସହ ମିଶି ସରକାର । କିନ୍ତୁ ବିଜେପି ସହ ମତଭେଦ ଯୋଗୁଁ ଇସ୍ତଫା।
7. ସପ୍ତମ କାର୍ଯ୍ୟକାଳ (୧୦ ଆଗଷ୍ଟ ୨୦୨୨ - ୨୮ ଜାନୁଆରୀ ୨୦୨୪): ମହାଗଠବନ୍ଧନ ସହ ଫେରି ଆସିଥିଲେ।
8. ଅଷ୍ଟମ କାର୍ଯ୍ୟକାଳ (୨୮ ଜାନୁଆରୀ ୨୦୨୪ - ୧୨ ଜୁନ୍ ୨୦୨୪): ପୁନର୍ବାର ଏନଡିଏ ସହ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ।
9. ନବମ କାର୍ଯ୍ୟକାଳ (୧୨ ଜୁନ୍ ୨୦୨୪ – ୨୦୨୫ ନଭେମ୍ୱର): ଲୋକସଭା ନିର୍ବାଚନ ପରେ ଏନଡିଏ ସହ ଜାରି ରହିଛି।
ତାଙ୍କ ହଠାତ୍ ରାଜନୈତିକ ପଟ୍ଟ ପରିବର୍ତ୍ତନକୁ ‘ପଲ୍ଟୁରାମ’ ବୋଲି କହି ପ୍ରତିଦ୍ୱନ୍ଦ୍ୱୀ ସମାଲୋଚନା କରନ୍ତି। କିନ୍ତୁ ସେ ଏହା ବାବଦରେ ସଫେଇ ଦେଇ କୁହନ୍ତି, ରାଜ୍ୟର ହିତ ପାଇଁ ଯେତେବେଳେ ଯେଉଁଟା ସୁହାଇଲା ମୁଁ ତାହା କରିଥାଏ। ନୀତୀଶ କୁମାର ବିହାର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା।
ଗାଁରୁ ଆସି ଇଞ୍ଜିନିୟର ହୋଇ ରାଜ୍ୟର ନେତା ହେବା ତାଙ୍କର ଦୃଢ଼ତାର ପ୍ରତୀକ। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ଯେମିତି ସଡ଼କ ନିର୍ମାଣ, ନାରୀ ସଶକ୍ତିକରଣ ଏବଂ ଆଇନ ଶୃଙ୍ଖଳା ସୁଧାର ବିହାରକୁ ନୂଆ ଦିଗ ଦେଇଛି। ଯଦିଓ ତାଙ୍କର ମେଣ୍ଟ ପରିବର୍ତ୍ତନ ବିବାଦୀୟ, ତଥାପି ସେ ବିହାରର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବରେ ଇତିହାସରେ ସ୍ଥାନ ପାଇଛନ୍ତି।
NDA Wave Dismantles Mahagathbandhan in Bihar: ବିହାରରେ ମହାଗଠବନ୍ଧନକୁ ଉଡ଼ାଇ ଦେଲା NDAର ଝଡ଼, ନୀତୀଶ କୁମାରଙ୍କ ବିଜୟର 5ଟି କାରଣ

Chirag Paswan’s Gesture Sparks Buzz: ମାଆଙ୍କ ପାଦ ଛୁଇଁ କାହିଁକି ଏମିତି କହିଲେ ଚିରାଗ ପାସ୍ୱାନ, ଆଗକୁ ହେବ କଣ?

Nation Betrayal Backfires: ଦେଶ ସହ ଗଦ୍ଦାରୀର ଭୟଙ୍କର ପରିଣାମ, ଧ୍ୱଂସ ହେଲା ଆତଙ୍କୀ ଡାକ୍ତରର ଘର…

BJP’s Big Win: ବିଜେପିର ବାଜିମାତ୍, ନୂଆପଡ଼ାରେ ରେକର୍ଡ ଭୋଟରେ ଜିତିଲେ ଜୟ ଢୋଲକିଆ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)