Advertisment

BJP’s Big Win: ଖାଲି ହେଉଛି ବିଜେଡି, ଶଙ୍ଖ ଛାଡ଼ିଲେ ପୂର୍ବତନ ରାଜ୍ୟସଭା ସାଂସଦ

ବିଜେଡି ଷ୍ଟାଇଲରେ ବିଜେଡିକୁ ମାଡ଼ । ବିଜେପିର ଚକମାରେ ବିଜେଡିର ଅକଲ ଗୁଡୁମ୍ । ଅମରଙ୍କୁ ନେଇ ଆହୁରି ଶକ୍ତିଶାଳୀ ମନମୋହନ ସେନା ! ଖାଲି ହେଉଛି ବିଜେଡି, ଶଙ୍ଖ ଛାଡ଼ିଲେ ପୂର୍ବତନ ରାଜ୍ୟସଭା ସାଂସଦ ।

author-image
Manas Ranjan Mohanty
Amar-Pattnaik-Join-BJP

Amar-Pattnaik-Join-BJP Photograph: (OTV)

ବିଜେଡି ଷ୍ଟାଇଲରେ ବିଜେଡିକୁ ମାଡ଼ । ବିଜେପିର ଚକମାରେ ବିଜେଡିର ଅକଲ ଗୁଡୁମ୍ । ଅମରଙ୍କୁ ନେଇ ଆହୁରି ଶକ୍ତିଶାଳୀ ମନମୋହନ ସେନା ! ଖାଲି ହେଉଛି ବିଜେଡି, ଶଙ୍ଖ ଛାଡ଼ିଲେ ପୂର୍ବତନ ରାଜ୍ୟସଭା ସାଂସଦ । ବିଜେପି ବାରମ୍ବାର ବିଜେଡିର ଟାଣୁଆ ନେତାଙ୍କୁ ଭିଡ଼ିବାରେ ଲାଗିଛି । ଫଳରେ ବିଜେପି ଖାତାରେ ବିଜେଡିର ବରିଷ୍ଠ ନେତାଙ୍କ ତାଲିକା ଲମ୍ବା ହେଉଛି । ଆଉ ସେଥିରେ ପୁଣି ସରିଏଲ୍ ନମ୍ବର ପକାଇଛନ୍ତି ବରିଷ୍ଠ ନେତା ଅମର ପଟ୍ଟନାୟକ ।

Advertisment

ଦିନେ ଅମର ପାଣ୍ଡିଆନଙ୍କର ଏକାନ୍ତ ଅନୁଗତ ଥିଲେ । ନବୀନଙ୍କ ବି ବିଶ୍ବାସ ଭାଜନ ଥିଲେ । ବିଜେଡିର ସବୁ କଥାରେ ଅମରଙ୍କୁ ଖୋଜା ପଡ଼ୁଥିଲା । ବିଜେଡିର ଅନେକ ଦାୟିତ୍ବରେ ଥିଲେ ଅମର । IT ସେଲରେ ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ବିଧାୟକ ପ୍ରାର୍ଥୀମାନଙ୍କ ସୋସିଆଲ ମିଡିଆ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଉଥିଲେ। ଖାଲି ସେତିକି ନୁହେଁ, ‘ନବୀନ ମୋ ପରିବାର ଶଙ୍ଖ ମୋ ଚିହ୍ନ’ର ସ୍ଲୋଗାନ ଆରମ୍ଭ କରିଥିଲେ ଅମର । ହେଲେ ଏବେ ଅମର ନବୀନଙ୍କ ହାତ ଛାଡ଼ିଛନ୍ତି । ଉପ-ନିର୍ବାଚନ ପାଇଁ ବର୍ତ୍ତମାନ ନବୀନ ନୂଆପଡ଼ା ଗସ୍ତରେ ଥିବାବେଳେ ଅମର ବିଜେପିରେ ସାମିଲ ହୋଇଛନ୍ତି । ଯାହାକି ବିଜେଡି ଗାଲରେ ଉପ-ନିର୍ବାଚନ ସମୟରେ ଶକ୍ତ ଚାପୁଡ଼ା ବାଜିଛି । 



ପୂର୍ବରୁ ବିଜେଡିର ଅନେକ ସଂଗଠନ ଥିବା ନେତା ବିଜେପିରେ ସାମିଲ ହୋଇଛନ୍ତି । ଶଙ୍ଖ ଛାଡ଼ି, ପଦ୍ମ ଧରି ପାଣ୍ଡିଆନ୍ ରାଜ୍ ଉପରେ ଖୁବ୍ ବର୍ଷିଛନ୍ତି । ବିଶେଷ ଦଳ ଡିଆଁ ତାଲିକାକୁ ଦେଖିଲେ, ଭୁବନେଶ୍ବର ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟସାଣୀ, ସେତେବେଳର ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଏବଂ ମମତା ମହନ୍ତ ପଦ୍ମ ଧରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ବି ଅନେକ ତୁଙ୍ଗ ନେତା ବିଜେଡିକୁ ବାୟ ବାୟ କରିଛନ୍ତି । ବିଜେଡିର ପୂର୍ବତନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସମୀର ଦାସ, ଖୋର୍ଦ୍ଧାର ବିଜେଡି ପୂର୍ବତନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଯାଜପୁରର ବରୀ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଭଳି ଅନେକ ଟାଣୁଆ ଓ ନିଜର ସଂଗଠନ ଥିବା ନେତା ବିଜେଡି ଛାଡ଼ି ସାରିଛନ୍ତି l ଆଉ ଏବେ ଅମରଙ୍କ ପରି ଜଣେ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇ ଓଡ଼ିଶା ବିଜେପିର ଶକ୍ତିକୁ ଆହୁରି ବଢ଼ାଇଛନ୍ତି । 

 କେବଳ ଏତିକିରେ ସରିନି ବିଜେଡିରୁ ବିଜେପିକୁ ଡେଇଁଥିବା ନେତାଙ୍କ ତାଲିକା । ଓଲିଉଡ ଅଭିନେତାରୁ ନୂଆକରି ନେତା ବନିଥିବା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର l ପୂର୍ବତନ ସାଂସଦ ଅନୁଭବ ମହାନ୍ତି l ପୂର୍ବତନ ବିଜେଡି ବିଧାୟକ ଆକାଶ ଦାସ ନାୟକ ଏବଂ ପୂର୍ବତନ ବିଜେଡି କର୍ମୀ ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି l ପରେ ଦଳ କାହାକୁ ଟିକେଟ ଦେଇ ବିଧାୟକ କରିଛି ତ ପୁଣି ଆଉ କାହାକୁ ଟିକେଟ ନଦେଇ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରଖିଛି l ଏପରି ଅନେକ ନେତା ବିଜେପିରେ ସାମିଳ ହୋଇଛନ୍ତି । ଏବେ ଅମରଙ୍କୁ ପୁଣି ବିଜେପି ନିଜ ଘରକୁ ନେଇଥିବା ବେଳେ ତାଙ୍କୁ କେଉଁ ଭୂମିକାରେ ଅବତୀର୍ଣ୍ଣ କରାଚି ତା’ ଦେଖିବାକୁ ବାକି ରହିଲା । 

Advertisment
Advertisment
Related Articles
Advertisment