Advertisment

Amar Patnaik’s Switch to BJP: ବିଜେପିରେ ମିଶିଲେ ଅମର ପଟ୍ଟନାୟକ, ବିଜେଡିର ହେବ କି ବଡ଼ କ୍ଷତି ?

ଅମର ପଟ୍ଟନାୟକ ବିଜେପିରେ ମିଶିବା ପରେ ବିଜେଡିର ହୋଇଛି ବଡ଼ କ୍ଷତି । ଯେତେବେଳେ ନବୀନ ନୂଆପଡ଼ାରେ କ୍ୟାମ୍ପେନ୍ କରୁଥିଲେ ଠିକ୍ ସେହି ସମୟରେ ହିଁ ଅମର ପଦ୍ମ ଧରିଛନ୍ତି ।

author-image
Manas Ranjan Mohanty
amar pattanaik

amar pattanaik Photograph: (OTV)

ଅମର ପଟ୍ଟନାୟକ ବିଜେପିରେ ମିଶିବା ପରେ ବିଜେଡିର ହୋଇଛି ବଡ଼ କ୍ଷତି । ଯେତେବେଳେ ନବୀନ ନୂଆପଡ଼ାରେ କ୍ୟାମ୍ପେନ୍ କରୁଥିଲେ ଠିକ୍ ସେହି ସମୟରେ ହିଁ ଅମର ପଦ୍ମ ଧରିଛନ୍ତି । ଅମରଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ସ୍ବାଗତ କରିଛନ୍ତି । 

Advertisment

କୁହାଯାଉଛି ଅମର ବିଜେପି ପାଇଁ ଆସେଟ୍ ହେବେ ବୋଲି ଦିଲ୍ଲୀର ବିଶ୍ବାସ ରହିଛି । ଅମର ବିଜେଡିରେ ସୋସିଆଲ୍ ମିଡିଆ ମାଧ୍ୟମରେ ଜନମତକୁ ପ୍ରଭାବିତ କରୁଥିଲେ । ନିର୍ବାଚନରେ ବିଜେଡିର କ୍ୟାମ୍ପେନିଂ ଷ୍ଟ୍ରାଟେଜି ବନାଉଥିଲେ । ୨୦୧୯ ମସିହା ନିର୍ବାଚନରେ ଦଳର ସୋସିଆଲ୍ ମିଡିଆ ଭାର ସମ୍ଭାଳିବା ସହିତ ନିର୍ବାଚନୀ ସ୍ଲୋଗାନ୍ ମଧ୍ୟ ବନାଉଥିଲେ ।

ଅମର ଦଳ ଛାଡ଼ିବା ପରେ ଜଣେ ଉଚ୍ଚଶିକ୍ଷିତ, ଦକ୍ଷ ଓ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ବିଜେଡି । ଅନ୍ୟପଟେ ବିହାର ଚାରା ଘୋଟାଲା ଅଡିଟରେ ଅମରଙ୍କ ଭୂମିକା ଥିଲା । ଅମରଙ୍କ ପାଖରେ ପୂର୍ବ ସରକାରର ଆର୍ଥିକ ଅନିୟମିତତା ଗୁମର ଥିବା କୁହାଯାଉଛି । ଅମରଙ୍କ ଜରିଆରେ ପୂର୍ବ ବିଜେଡି ସରକାର ସମୟରେ ହୋଇଥିବା ଘୋଟାଲାର ପର୍ଦ୍ଦାଫାସ କରିପାରେ ବିଜେପି । 

Advertisment

ଅମରଙ୍କୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ରାଜ୍ୟ ପ୍ରଭାରୀ ସ୍ବାଗତ କଲେ
ଅମର ବିଜେପି ପାଇଁ ଆସେଟ୍ ହେବେ ବୋଲି ଦିଲ୍ଲୀର ବିଶ୍ବାସ
ଅମର ବିଜେଡିରେ ସୋସିଆଲ୍ ମିଡିଆ ମାଧ୍ୟମରେ ଜନମତକୁ ପ୍ରଭାବିତ କରୁଥିଲେ
ଅମରଙ୍କ ପାଖରେ ପୂର୍ବ ସରକାରର ଆର୍ଥିକ ଅନିୟମିତତା ଗୁମର ଅଛି
ଅମରଙ୍କ ଜରିଆରେ ବିଜେଡି ସରକାରର ଘୋଟାଲାର ପର୍ଦ୍ଦାଫାସ କରିପାରେ ବିଜେପି  
ନବୀନ ଧୀରେ ଧୀରେ ଏକୁଟିଆ ହୋଇଯାଉଛନ୍ତି
ଅମରଙ୍କ ଭଳି ଭଲ ଷ୍ଟ୍ରାଟେଜିଷ୍ଟଙ୍କୁ ହରାଇଲା ବିଜେଡି
୨୦୧୯ ନିର୍ବାଚନରେ ବିଜେଡି ପାଇଁ ଗୁରୁଦାୟିତ୍ବ ତୁଲାଇଥିଲେ ଅମର
ନିର୍ବାଚନରେ ବିଜେଡିର କ୍ୟାମ୍ପେନିଂ ଷ୍ଟ୍ରାଟେଜି କରିଥିଲେ
ରାଜ୍ୟସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ
ଉଚ୍ଚଶିକ୍ଷିତ, ଦକ୍ଷ ଓ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ବିଜେଡି

Advertisment
Related Articles
Advertisment