/odishatv-khabar/media/media_files/2025/11/17/nuapada-aftermath-2025-11-17-20-06-19.jpg)
NUAPADA-AFTERMATH Photograph: (OTV)
ନୂଆପଡ଼ା ଫଳ ପରେ ରୋଚକ ମୋଡ଼ରେ ରାଜ୍ୟ ରାଜନୀତି। ବିଜୟ ପରଠୁ ବିଜେପିରେ ଉତ୍ସବ ସରୁନି, କି ନେତୃତ୍ବ ଓ ନିଷ୍ପତ୍ତିକୁ ନେଇ ବିଜେଡିରେ ଘମାସାନ୍ କମୁନି। ପ୍ରଫୁଲ୍ଲ, ଅଜିତ୍ ଓ ଏଲିନାଙ୍କ ପରେ ଆଜି ବର୍ଷିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ସେପଟେ ଦୁଇ ଦୁଇଟି ସେଲିବ୍ରେସନ ପରେ ଆଜି ପାର୍ଟି ଅଫିସରେ ଆୟୋଜିତ ଧନ୍ୟବାଦ ସଭାରେ ଦାୟିତ୍ବ ନେଇଥିବା ନେତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ମୁଖିଆ।...
ନୂଆପଡା ଉପନିର୍ବାଚନକୁ ନେଇ ବିଜେପିରେ ଉତ୍ସାହ...ବିଜେଡି ଶିବିରରେ କମ୍ପନ । ଗଣମାଧ୍ୟମରେ ଗୋହି ଖୋଳାଖୋଳି । ନେତୃତ୍ୱକୁ ବି ଚାଲେଞ୍ଜ୍ ପରେ ଚାଲେଞ୍ଜ୍ ।
ଶଙ୍ଖ ଦଳରେ ନିଇତି ମୁହାଁମୁହିଁ ନେତା
ପ୍ରଫୁଲ୍ଲ, ଅଜିତ୍, ଏଲିନାଙ୍କ ପରେ ଆଜି ବର୍ଷିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ବିଜେଡିର ପ୍ରାର୍ଥୀ ଚୟନ ନିଷ୍ପତ୍ତିକୁ ନେଇ ସାଂଘାତିକ ପ୍ରଶ୍ନ ଉଠାଇ କହିଛନ୍ତି ସମସ୍ତଙ୍କ ବିଚାର ବିମର୍ଷରେ ପ୍ରାର୍ଥୀ ଚୟନ କରାଯିବା କଥା।
କିନ୍ତୁ ବାହାର ନେତା ଙ୍କୁ ନେଇ ଛିଡ଼ା କରିବା ଭଳି ଯେଉଁ ଏକ୍ସପେରିମେଣ୍ଟ ହେଉଥିଲା ସେଥିରେ ଆମେ ବିଫଳ ହେଲୁ। ଏହାସହ ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ ପଠେଇ ଥିଲା କିଏ ? ସେ ଲିଷ୍ଟ କିଏ ତିଆରି କରିଥିଲା ? ଯାହାକୁ ପାଇ ତାକୁ ପଠେଇ କଣ ଲାଭ ହେଲା ବୋଲି ପ୍ରଶ୍ନ କରି ବିପର୍ଯ୍ୟୟର କାରଣ ଖୋଜିବାକୁ ସମୀକ୍ଷା ନିହାତି ଆବଶ୍ୟକ ବୋଲି କହିଛନ୍ତି ସମ୍ବିତ। ଯାହାକୁ ଖଣ୍ଡନ କରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଗୋଟିଏ ବିପର୍ଯ୍ୟୟକୁ ନେଇ ଶେଷ ସିଦ୍ଧାନ୍ତରେ ପହଞ୍ଚିବା ବୁଦ୍ଧିମତ୍ତା ନୁହେଁ।...
ଅନ୍ୟପଟେ ନୂଆପଡା ବିଜୟ ପରଠୁ ବିଜେପିରେ ଉତ୍ସବ ସରୁନି। ଫଳାଫଳ ଦିନ ଏବଂ ପରଦିନ ଦୁଇ ଦୁଇଟି ବିଜୟ ସେଲିବ୍ରେସନ ପରେ ଆଜି ରାଜ୍ୟ କାର୍ଯ୍ୟଳୟରେ ଧନ୍ୟବାଦ ସଭା କରି ନିର୍ବାଚନରେ କାମ କରିଥିବା ନେତାଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି। ଉପସ୍ଥିତ ଥିଲେ ଦାୟିତ୍ୱରେ ଥିବା ବିଧାୟକ ଏବଂ ସାଂସଦ। ତାପୂର୍ବରୁ ପଦାଧିକାରୀ ବୈଠକ ଏବଂ ବିଧାୟକ ସାଂସଦଙ୍କ ବୈଠକ କରି ଆଗାମୀ ରଣନୀତି ନେଇ ହୋଇଥିଲା ଆଲୋଚନା।...
Bangladeshi Infiltration Raises Alarm: ଉପକୂଳ ଓଡ଼ିଶାକୁ ବାଂଲା ଅନୁପ୍ରବେଶକାରୀ ବିପଦ, କାହା ଛତ୍ରଛାୟାରେ ଆଶ୍ରୟ ନେଇଥିଲେ ସନ୍ଦିଗ୍ଧ ବାଂଲାଦେଶୀ ?

Terror Funding Trail: ଦିଲ୍ଲୀ ଆତଙ୍କବାଦୀ ୨୦ ଲକ୍ଷ ଟଙ୍କା ପାଇଥିଲେ, କିଏ ଯୋଗାଇଥିଲା ପାଣ୍ଠି ?

Barabati Match Tickets: ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି , ଡିସେମ୍ବର ୧ ତାରିଖରେ ଅନଲାଇନରେ ମିଳିବ

Brown Sugar Seized: ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର

MP Police Arrest Al Falah University Chief’s Brother: ହାଇଦ୍ରାବାଦରୁ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷଙ୍କ ଭାଇ ଗିରଫ; ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)