Advertisment

War of Words Over Dilip Ray: ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବ ନେଇ ବିଜେପିକୁ ଘେରିଲା ବିଜେଡି, ପୁରୁଣା କଥା ମନେ ପକାଇ ପାଲଟା ନିଶାନା କଲା ବିଜେପି

ଦିଲ୍ଲୀପଙ୍କ ଆଡ଼େ ବିଜୁ ପ୍ରେମୀ। ରାଜ୍ୟସଭା ଚତୁର୍ଥ ସିଟକୁ ନେଇ ରାଜନୀତି ତେଜିଥିବା ବେଳେ ଆଜି କିଛି ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। ବିଜେଡିରେ ଏବେ ଦୁଇ ଗୋଷ୍ଠୀ। ଗୋଟିଏ ବିଜୁ ପ୍ରେମୀ ଅନ୍ୟରେ ନବୀନ ପ୍ରେମୀ।

author-image
Tapan Swain
Dillip Ray

Dillip Ray Photograph: (OTV)

କିଏ ମାରିବ ବାଜି? ରାଜ୍ୟସଭା ଚତୁର୍ଥ ସିଟକୁ କିଏ ହାତେଇବ? ଏବେ ଏହାକୁ ନେଇ ତେଜିଛି ରାଜନୀତି। ମୁହାଁମୁହିଁ ବିଜେପି ବିଜେଡି। ସଂଖ୍ୟା ନଥାଇ ବିଜେପି କେମିତି ଜିତିବାକୁ ଚେଷ୍ଟା କରୁଛି ବୋଲି କହି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ। ଖାଲି ଏତିକି ନୁହେଁ, ଗଣତନ୍ତ୍ରକୁ ଏହା କି ବାର୍ତ୍ତା ଦେବ ବୋଲି ସେ ଦୋହରାଇଛନ୍ତି।

Advertisment

ରାଜ୍ୟସଭା ପାଇଁ କୌଣସି ଦଳୀୟ ହ୍ବିପ୍ ନାହିଁ

ସେପଟେ ପୁରୁଣା କଥାକୁ ମନେ ପକାଇ ବିଜେଡିକୁ ସମାଲୋଚନା କରିଛି ବିଜେପି। ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ରାଜ୍ୟସଭା ପଠାଇଲା ବେଳେ ବିଜେଡି ପାଖରେ ଆବଶ୍ୟକ ସିଟ୍ ଥିଲା କି? କେଉଁ ଆଧାରରେ ପ୍ରାର୍ଥୀ ଦେଇଥିଲା ବିଜେଡି? ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ, ରାଜ୍ୟସଭା ପାଇଁ କୌଣସି ଦଳୀୟ ହ୍ବିପ୍ ନଥିବାରୁ ତାଙ୍କୁ ଭୋଟ୍ ମିଳିବ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।...

ଦିଲ୍ଲୀପଙ୍କ ଆଡ଼େ ବିଜୁ ପ୍ରେମୀ। ରାଜ୍ୟସଭା ଚତୁର୍ଥ ସିଟକୁ ନେଇ ରାଜନୀତି ତେଜିଥିବା ବେଳେ ଆଜି କିଛି ଏଭଳି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।  ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଜୁ ପ୍ରେମୀ ରହିଛନ୍ତି। ବିଜେଡିରେ ଏବେ ଦୁଇ ଗୋଷ୍ଠୀ। ଗୋଟିଏ ବିଜୁ ପ୍ରେମୀ ଅନ୍ୟରେ ନବୀନ ପ୍ରେମୀ। ବିଜୁ ପ୍ରେମୀଙ୍କ ଭୋଟ୍ ଦିଲ୍ଲୀପଙ୍କ ସମର୍ଥନରେ ରହିବ ବୋଲି ସେ ଦୋହରାଇଛନ୍ତି।

Advertisment
Odisha Rajya Sabha Election
Advertisment
Related Articles
Advertisment