/odishatv-khabar/media/media_files/2026/01/10/gas-cylinder-theft-2026-01-10-15-16-40.jpg)
ସିସିଟିଭିରେ ଧରାପଡ଼ିଲା ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗ Photograph: (OTV)
ରାତିର ଅନ୍ଧାରରେ ଚୁପଚାପ୍ - ଦୋକାନରୁ, ଘରୁ, ରାସ୍ତା କଡ଼ରୁ ଗ୍ୟାସ୍ ସିଲିଣ୍ଡର ଅଦୃଶ୍ୟ ହେଉଥିଲା। ମାସ ମାସ ଧରି ଖନ୍ତାପଡ଼ା ଅଞ୍ଚଳରେ ଏହି ଆତଙ୍କ ଚାଲିଥିଲା। କିଏ ଚୋର? କୁଆଡୁ ଆସୁଛନ୍ତି? କୁଆଡେ ଯାଉଛନ୍ତି? କେହି ଜାଣି ପାରୁ ନଥିଲେ…। କେବଳ ଏକ ଦୋକାନର ସିସିଟିଭି କ୍ୟାମେରା ସବୁ ଧରା ପକାଇଦେଲା।
ଆଉ ସେହି ଫୁଟେଜ୍ ହିଁ ଖନ୍ତାପଡ଼ା ପୋଲିସକୁ ଏକ ଦୀର୍ଘଦିନିଆ ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍କୁହ ଧରିବାରେ ସାହାଯ୍ୟ କରିଛି। କସବା ଜୟପୁର ଅଞ୍ଚଳକୁ ଆତଙ୍କିତ କରିଥିବା ଏହି ଗ୍ୟାଙ୍ଗକୁ ପୋଲିସ୍ ଏବେ ଧରିବାରେ ସଫଳ ହୋଇଛି।
ସୂଚନା ମୁତାବକ ମାଣକାହାଣୀ ଗାଁର ରତିକାନ୍ତ ନାୟକଙ୍କ ଦୋକାନରୁ ଗୋଟିଏ ସିଲିଣ୍ଡର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରି ବେଳର ଦୃଶ୍ୟ କଏଦ ହୋଇଯାଇଥିଲା। ଏହି ଫୁଟେଜ୍କୁ ଭିତ୍ତିକରି ଖନ୍ତାପଡ଼ା ପୋଲିସ୍ ଗ୍ରାମବାସୀଙ୍କ ସହଯୋଗରେ ଦୁଇ ଜଣ ଅଭିଯୁକ୍ତ, ଗୌରୀଶଙ୍କର ଧାଁମୁଡିଆ ଓ ଜଗନ ମଳିକଙ୍କୁ ଗିରଫ କରିଛି।
ଥାନାରେ ପଚରାଉଚରା ପରେ ଉଭୟେ ନିଜର ଅପରାଧ ସ୍ୱୀକାର କରିଛନ୍ତି ଏବଂ ବାହାନଗା ଅଞ୍ଚଳର ପ୍ରଶାନ୍ତ ମଳିକ ନାମକ ଆଉ ଜଣେ ଯୁବକଙ୍କ ନା ମଧ୍ୟ କହିଛନ୍ତି, ଯିଏ କି ଏହି ଚୋରି ଗ୍ୟାଙ୍ଗର ମୁଖ୍ୟ ସମ୍ପୃକ୍ତ ଥିଲା। ପୋଲିସ୍ ତାଙ୍କୁ ମଧ୍ୟ ଗିରଫ କରିଛି।ତଦନ୍ତରେ ଜଣାପଡ଼ିଛି ଯେ, ଚୋରି ହୋଇଥିବা ସିଲିଣ୍ଡରଗୁଡ଼ିକୁ ଅଭିଯୁକ୍ତମାନେ ଫାଷ୍ଟ୍ ଫୁଡ୍ ଦୋକାନ ଓ ଗ୍ୟାସ୍ ଏଜେନ୍ସିରେ କାମ କରୁଥିବା କର୍ମଚାରୀଙ୍କୁ ବିକ୍ରି କରୁଥିଲେ। ଏହା ଏକ ଅବୈଧ ଓ ବିପଜ୍ଜନକ ବଜାରକୁ ଜନ୍ମ ଦେଇଥିଲା, ଯାହା ଜନସାଧାରଣଙ୍କ ନିରାପତ୍ତାକୁ ମଧ୍ୟ ଆହ୍ୱାନ କରୁଥିଲା।
ପୋଲିସ୍ ଅଭିଯୁକ୍ତମାନଙ୍କ ଠାରୁ ୯ଟି ଗ୍ୟାସ୍ ସିଲିଣ୍ଡର, ଗୋଟିଏ LED TV, ଗୋଟିଏ ଟୁଲୁ ମୋଟର ଓ ଗୋଟିଏ ଇନଭର୍ଟର ବ୍ୟାଟେରୀ ଜବତ କରିଛି। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)