/odishatv-khabar/media/media_files/2026/01/11/bjd-2026-01-11-20-37-38.jpg)
BJD Photograph: (OTV)
ପୁଣି ବନ୍ଧୁ ମିଳନ ନାଁରେ ବିଜେଡି ନେତାଙ୍କ ମେଳି । ଏହି ମେଳିରେ ବିଜେଡିର ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକମାନେ ସାମିଲ ଥିବା ଦେଖିବାକୁ ମିଳିଛି । ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ତଳୀର କୁମାରପୁର ପଞ୍ଚାୟତର କାନ୍ତିପୁର ଝାଉଁବଣ ପରିସରରେ ।
ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଆବାହକତ୍ୱରେ ଆଜି ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା ।ଏହି ବନ୍ଧୁ ମିଳନରେ ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପାରଦ୍ୱୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେଡି ନେତା,କର୍ମୀମାନେ ଉପସ୍ଥିତ ଥିଲେ । ଦଳର କିଛି କୁଚକ୍ରୀ ନେତାଙ୍କ ପାଇଁ ବିଜେଡି ପରାଜୟ ବରଣ କଲା ଓ ଏବେ ସେ କୁଚକ୍ରୀ ମାନେ ଆଉ ନାହାନ୍ତି ବୋଲି କହିଛନ୍ତି ବିଷ୍ଣୁବ୍ରତ ।
ଏହି ପୂର୍ବତନ ବିଧାୟକମାନେ କିଛି ଦିନ ତଳେ ଚନ୍ଦକା ନିକଟରେ ପିକନିକ୍ ନାଁରେ ଏକାଠି ହୋଇଥିଲେ । ଏହି ବନ୍ଧୁମିଳନରେ ରାଜନୈତିକ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Somnath Stands Tall Despite Centuries: ଇତିହାସରେ କବର ନେଇଗଲେ ଆକ୍ରମଣକାରୀ: ମୋଦି

Woman Murdered by Lover: କାଳ ସାଜିଲା ଏକତରଫା ପ୍ରେମ, ରାକ୍ଷସ ପାଲଟିଗଲା ପ୍ରେମିକ; ଯୁବତୀଙ୍କୁ ଘରୁ ଡାକିଆଣି କଲା ହତ୍ୟା

Non-Veg Ban Row: ଅଯୋଧ୍ୟାରେ ଆମିଷ ବ୍ୟାନ୍, ପୁରୀରେ କେବେ ? ବଡ଼ଦାଣ୍ଡକୁ ଆମିଷ ମୁକ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ

Odisha Pollution Fine: ଓଡ଼ିଶାରେ ୨ ହଜାରକୁ କମିବ କି ପଲ୍ୟୁସନ୍ ଫାଇନ୍, ମନ୍ତ୍ରୀଙ୍କ ସଂକେତ ପରେ ଉଠିଲା ପ୍ରଶ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)