Advertisment

Somnath Stands Tall Despite Centuries: ଇତିହାସରେ କବର ନେଇଗଲେ ଆକ୍ରମଣକାରୀ: ମୋଦି

ମହମ୍ମଦ ଗଜନିରୁ ଔରଙ୍ଗଜେବ ପର୍ଯ୍ୟନ୍ତ, ଇତିହାସରେ ସମସ୍ତେ କବର ନେଇଗଲେ। କିନ୍ତୁ ସୋମନାଥ ମନ୍ଦିର ସେଇଠି, ସେମିତି ଦମ୍ଭର ସହ ଠିଆହୋଇଛି। ଆଜି ଗୁଜରାଟର ଗିର ସୋମନାଥରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Pramod Behera
Somnath Stands Tall Despite CenturiesH

ଇତିହାସରେ କବର ନେଇଗଲେ ଆକ୍ରମଣକାରୀ: ମୋଦି Photograph: (OTV)

ମହମ୍ମଦ ଗଜନିରୁ ଔରଙ୍ଗଜେବ ପର୍ଯ୍ୟନ୍ତ, ଇତିହାସରେ ସମସ୍ତେ କବର ନେଇଗଲେ। କିନ୍ତୁ ସୋମନାଥ ମନ୍ଦିର ସେଇଠି, ସେମିତି ଦମ୍ଭର ସହ ଠିଆହୋଇଛି। ଆଜି ଗୁଜରାଟର ଗିର ସୋମନାଥରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ସୋମନାଥ ମନ୍ଦିର ଆକ୍ରମଣକୁ ହଜାରେ ବର୍ଷ ପୂର୍ତ୍ତିରେ ଚାଲିଥିବା ୩ ଦିନିଆ କାର୍ଯ୍ୟକ୍ରମର ଶେଷ ଦିନରେ ୧୦୮ ଘୋଡ଼ାଙ୍କ ଗହଣରେ ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ପରେ ସୋମନାଥଙ୍କୁ ଜଳାଭିଷେକ କରିଥିଲେ। ଆକ୍ରମଣ ସମ୍ପର୍କିତ ଇତିହାସକୁ ଲୁଚାଇବାକୁ ଚେଷ୍ଟା ହୋଇଥିବା କହି ବିରୋଧୀଙ୍କୁ ନିଶାନା ସାଧିଥିଲେ ପ୍ରଧାନମନ୍ତ୍ରୀ।

ସୋମନାଥ ସ୍ୱାଭିମାନ ପର୍ବରେ ଦେଖିବାକୁ ମିଳିଲା ସ୍ବାଭିମାନ, ସାହସ ଓ ବଳିଦାନର ଝଲକ। ଶୌର୍ଯ୍ୟ ଯାତ୍ରାରେ ଉଛୁଳିଲା ସାରା ପରିବେଶ। ସୋମନାଥ ମନ୍ଦିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ହୋଇଥିବା ସୋମନାଥ ସ୍ୱାଭିମାନ ପର୍ବର ଅନ୍ତିମ ଦିନରେ ସାକ୍ଷୀ ସାଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୌର୍ଯ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୧୦୮ ଘୋଡ଼ା। ପ୍ରାୟ ୨ କିଲୋମିଟର ଲମ୍ବା ଯାତ୍ରା ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। 

Advertisment

ଡମ୍ବରୁ ନିନାଦରେ ଗଗନପବନ ମୁଖରିତ ହେଉଥିବା ବେଳେ ଜାଗା ଜାଗାରେ ଭଜନ ଓ ମନ୍ତ୍ର ଉଚ୍ଚାରଣ ପରିବେଶକୁ ମନ୍ତ୍ରମୁଗ୍ଧ କରୁଥିଲା। ଏଭଳି ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଶୋଭାଯାତ୍ରାରେ ଯିବା ବେଳେ ହଜାର ହଜାର ଲୋକ ରାସ୍ତାକଡ଼ରେ ଧାଡ଼ି ବାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଅଜସ୍ର ସ୍ୱାଗତ କରିଥିଲେ। ତାଙ୍କ ଉପରେ ପୁଷ୍ପବୃଷ୍ଟି ସହ ମୋଦି ମୋଦି ସ୍ଲୋଗାନରେ ଫାଟି ପଡୁଥିଲା ସାରା ଅଞ୍ଚଳ। ଆଉ ଦୁଇ ହାତରେ ଶିବଙ୍କ ଡମ୍ବରୁ ଧରି ବଜାଉଥିଲେ ପ୍ରଧାନମନ୍ତ୍ରୀ। ଯାହା ଶୌର୍ଯ୍ୟ ଯାତ୍ରାରେ ଆହୁରି ଭବ୍ୟତା ଭରିଥିଲା। 

ଶୌର୍ଯ୍ୟ ଯାତ୍ରାର ମହାପର୍ବରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ସୋମନାଥ ମନ୍ଦିର। ସେଠାରେ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଥିଲେ ଓ ଆଶୀର୍ବାଦ ନେଇଥିଲେ। ଭିଡ଼ ଭିତରେ ପହଞ୍ଚି ମନ୍ତ୍ରୋଚାରଣ ଶୁଣିଥିଲେ ପ୍ରଧାନମନ୍ତ୍ରୀ। କଳାକାରଙ୍କ ଗହଣରେ ଠିଆ ହୋଇ ସେମାନଙ୍କ ସହ ଡ୍ରମ୍ ବଜାଇଥିଲେ। ଏହାପରେ ସଦ୍ଭାବନା ମଇଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ। ଯେଉଁଠି ସୋମନାଥ ମନ୍ଦିର ଉପରେ ହମଲା ସମ୍ପର୍କିତ ଇତିହାସକୁ ଲୁଚାଇବାକୁ ଚେଷ୍ଟା ହୋଇଥିଲା ବୋଲି କହି ନିଶାନା ସାଧିଥିଲେ ମୋଦି। 

ସେହିପରି ସୋମନାଥ ମନ୍ଦିର ଉପରେ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି ରାଜ୍ୟ ବିଜେପି। ଲିଙ୍ଗରାଜ ମନ୍ଦିର ବାହାରେ ବିଜେପି ପକ୍ଷରୁ ହଜାରେ ଦୀପ ଜଳାଯାଇଥିଲା। 

ସୋମନାଥ ମନ୍ଦିରକୁ ବିଭିନ୍ନ ସମୟରେ ଧ୍ୱଂସ କରିବା ପାଇଁ ଅନେକ ଚେଷ୍ଟା ହୋଇଥିଲେ ବି ଆଜି ଏହା ଆସ୍ଥା, ବିଶ୍ୱାସ ଓ ଜାତୀୟ ଗର୍ବର ପ୍ରତୀକ ଭାବେ ସେମିତି ଠିଆ ହୋଇ ରହିଛି। ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। 

Cultural Corridor Somnath Temple pm modi
Advertisment
Advertisment