Advertisment

Woman Murdered by Lover: କାଳ ସାଜିଲା ଏକତରଫା ପ୍ରେମ, ରାକ୍ଷସ ପାଲଟିଗଲା ପ୍ରେମିକ; ଯୁବତୀଙ୍କୁ ଘରୁ ଡାକିଆଣି କଲା ହତ୍ୟା

ତୁ ମୋର ନୁହେଁ ତ କାହାର ହବୁନି। ତୋ ହାତ ଆଉ କାହା ହାତରେ ମୁଁ ଦେଖିପାରିବିନି। ତୋ ଜୀବନ ନେଇଯିବି ପଛେ ଅନ୍ୟର ହେବାକୁ ଦେବିନି। କାଳ ସାଜିଲା ଏକତରଫା ପ୍ରେମ, ରାକ୍ଷସ ପାଲଟିଗଲା ପ୍ରେମିକ; ଯୁବତୀଙ୍କୁ ଘରୁ ଡାକିଆଣି କଲା ହତ୍ୟା

author-image
Pramod Behera
Woman Murdered by Lover

କାଳ ସାଜିଲା ଏକତରଫା ପ୍ରେମ Photograph: (OTV)

ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ତାପୂର୍ବରୁ ଉଠିଲା କୋକେଇ। କାଳସାଜିଲା ଏକତରଫା ପ୍ରେମ, ରାକ୍ଷସ ପାଲଟିଗଲା ପ୍ରେମିକ। ଘରୁ ଡାକିଆଣି ଯୁବତୀଙ୍କୁ ମାରିଦେଲା ଜହ୍ଲାଦ ପ୍ରେମିକ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଏକତରଫା ପ୍ରେମରୁ ଘଟିଛି ଏଭଳି ବର୍ବରକାଣ୍ଡ । ହତ୍ୟାକାରୀ ମୁକେଶ କୁଲୁକୁ ପୋଲିସ ଗିରଫ କରିଥିବାବେଳେ ସବୁ ଦୋଷକୁ ମାନିଛି ଅଭିଯୁକ୍ତ। ଦୋଷୀକୁ କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Advertisment

ବଣ୍ଟାଯାଇଥିଲା ବାହାଘର କାର୍ଡ। କିଣା ଯାଇଥିଲା ସଉଦା। ଆଉ ସରିଯାଇଥିଲା ସବୁ ସାଜସଜ୍ଜା। ସୋମବାର ଧୁମଧାମରେ ହୋଇଥାନ୍ତା ବିବାହ। ହେଲେ ଏ ହସ ଖୁସିର ପରିବାର ଉପରେ ଲାଗିଗଲା କାହା ନଜର। ଏକତରଫା ପ୍ରେମ କରି ରାକ୍ଷସ ପାଲଟିଗଲା ପ୍ରେମିକ। ଲୁଚି ଲୁଚି ଯାହାକୁ ଭଲ ପାଉଥିଲା ବୁହାଇ ଦେଲା ତାରି ରକ୍ତ। ଆଉ ଘରୁ ଡାକିଆଣି ଗଡ଼ାଇ ଦେଲା ପ୍ରେମିକାର ମୁଣ୍ଡ। 

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିନସ୍ଥ ଗୋବିରା ଗିର୍ଜାଟୋଲା ବସ୍ତିରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ବିବାହର ଦୁଇ ଦିନ ପୂର୍ବରୁ ୩୬ ବର୍ଷିଆ ଅଙ୍ଗନବାଡ଼ି ଶିଖା ସପନା କୁଲୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ଏକତରଫା ପ୍ରେମ କରୁଥିବା ମୁକେଶ କୁଲୁ ହିଁ ଏ ମର୍ଡର କରିଥିବା ଅଭିଯୋଗ କରିଛନ୍ତି ଶିଖାଙ୍କ ପରିବାର ଲୋକ। 

Advertisment


ସୂଚନା ମୁତାବକ। ଗତ ଶୁକ୍ରବାର ସନ୍ଧ୍ୟାରେ କିଛି କାମରେ ଘରୁ ବାହାରି ଯାଇଥିଲେ ଶିଖା। ପ୍ରାୟ ଏକ ଘଣ୍ଟା ପରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକଙ୍କୁ ଫୋନ୍ ଆସିଥିଲା। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ କୁଆଁରମୁଣ୍ଡା ସରକାରୀ ମେଡିକାଲ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ତେବେ ଏକତରଫା ପ୍ରେମ ପାଇଁ ମୁକେଶ ଶିଖାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ତାଙ୍କ ପରିବାର। ଶିଖାଙ୍କ ବାହାଘର ଭାଙ୍ଗି ଦେବାକୁ ମୁକେଶ ଦେଇଥିଲା ଚେତାବନୀ। ତେଣୁ ସେ ହିଁ ଶିଖାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା କଥା କହିଥିଲେ ପରିବାର। ତେବେ ଏତଲା ମୁତାବକ ପୁଲିସ ମୁକେଶଙ୍କୁ ଗିରଫ କରିଥିଲା। ଆଉ ସେ ହିଁ ଶିଖାଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲା ବୋଲି ମାନିଯାଇଥିଲା ମୁକେଶ।

ସୋମବାର ରାଉରକେଲାର ଅସିତ ଆନନ୍ଦଙ୍କୁ ବିବାହ କରିଥାନ୍ତେ ଶିଖା। ଏଥିପାଇଁ ଦୁଇ ପରିବାରେ ଥିଲା ଖୁସିର ମାହୋଲ। ପିଠା, ମିଠା, ସଉଦା, ପରିବା ସବୁକିଛି କିଣା ସରିଥିଲା। ହେଲେ ବାହାଘର ଠିକ ପୂର୍ବରୁ ସବୁକିଛି ହୋଇଗଲା ଓଲଟ ପାଲଟ। ବାପଘର ଦୁଆର ମୁହଁରୁ ଉଠିଲା ଶିଖାଙ୍କ ମୃତଦେହ। ଏ ଘଟଣାର ଅଭିଯୁକ୍ତ ମୁକେଶକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Murder Crime Odisha Crime Investigation Unit
Advertisment
Advertisment