/odishatv-khabar/media/media_files/2025/11/22/bjd-infight-2025-11-22-21-01-29.jpg)
BJD-INFIGHT Photograph: (OTV)
ପୁଣି ଅରୁଣ ମାରିଲେ ତେରଛା ବାଣ। ଶୀର୍ଷ ନେତୃତ୍ୱ ଉପରେ ଲଗାଇଲେ ପ୍ରଶ୍ନ। ପରୋକ୍ଷରେ ଉତ୍ତର ଦାୟିତ୍ବ ପାଠ ପଢାଇଲେ। ନୂଆପଡ଼ା ଉପନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା ଜୋର୍। ଗତକାଲି ନୟାଗଡ଼ରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସଭାରେ ଅରୁଣଙ୍କ ଏହି ଭାଷଣ ଦଳରେ ହଲଚଲ ସୃଷ୍ଟି କରିଛି। ଉତ୍ତରଦାୟିତ୍ୱ ନିଜ ଉପରକୁ ନନେଇ ଦାୟିତ୍ୱ ନିର୍ବାହ କରିବାରେ ତୁମେ ବିଫଳ ବୋଲି ଅଧିକ କସରତ ହେଉଛି। ଆହୁରି କହିଛନ୍ତି ଦାୟିତ୍ୱ ନିର୍ବାହ କରିବାରେ ତୁମେ ଅସମର୍ଥ କହି ଯେତେ ପ୍ରକାର ଯୁକ୍ତି ବଢା ଯାଇପାରେ ସେଥିରେ ଆମେ ଖୁବ୍ ଜୋରରେ ମନୋନିବେଶ କରୁ। ସେ ଆହୁରି ମଧ୍ୟ କହିଛନ୍ତି ବିଗତ ସରକାରମାନଙ୍କର ତ୍ରୁଟିର ପରିଣାମ ଆଜି ଭୟଙ୍କର ହେଉଛି। ଅଫିସରଙ୍କଠୁ ନେଇ ଅନ୍ୟ ଯେଉଁମାନେ ଦାୟିତ୍ୱ ନିଅନ୍ତି ସେମାନଙ୍କ ତ୍ରୁଟି ପାଇଁ ଆଜି ସମାଜ କ୍ଷତିଗ୍ରସ୍ତ। ଅଫିସର ରାଜୁତି କଥା କହି ବିଜେଡି ଶାସନ ଓ ପାଣ୍ଡିଆନଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି।
ପୂର୍ବରୁ ବି ଅରୁଣ ବିଭିନ୍ନ ସଭାରେ ଇସାରା ଇସାରାରେ ଦଳକୁ ଘାଇଲା କରିଛନ୍ତି। 24 ନିର୍ବାଚନରେ ପରାଜୟ ଓ ନୂଆପଡ଼ା ଉପନିର୍ବାଚନରେ ଦଳ ତିନି ନମ୍ବରରେ ରହିବା ପରେ ଅରୁଣ ପୁଣି ବିଷ ଓଗାଳି ସମାଜ ସଂସ୍କାର କଥା କହିଛନ୍ତି। ଅନ୍ୟପଟେ ଅରୁଣଙ୍କ ଭଳି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ମଧ୍ୟ ନୂଆପଡ଼ା ବିପର୍ଯ୍ୟୟକୁ ନେଇ ଦଳର ପରିଚାଳନାକୁ ଦାୟୀ କରିଛନ୍ତି। କଳାହାଣ୍ଡି ନେତା ସହିତ ନୂଆପଡ଼ା ଅଭିଜ୍ଞତା ଥାଇ ବି ଦଳ ତାଙ୍କୁ ନୂଆପଡ଼ା ଉପନିର୍ବାଚନରୁ ଦୂରେଇ ରଖିଲା। ଦଳ ଅଣଦେଖା କରି 3 ନମ୍ବରରେ ରହିଲା ବୋଲି ଭୂପିନ୍ଦର କହିଛନ୍ତି। ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିରେ ସ୍ଥିତି ଏବେ ବେହାଲ୍। ଦଳ ଭିତରେ କ୍ଷମତା ପାଇଁ ଲଢେଇ ଚାଲିଛି। ଆଗକୁ ବଡ଼ ବିସ୍ଫୋରଣ ହୋଇପାରେ।
ନବୀନଙ୍କ ପରେ ବିଜେଡିରେ ଉତ୍ତରାଧିକାରୀ କିଏ ହେବ ସେନେଇ ଦଳ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଉ ତାରି ଭିତରେ ବିଦ୍ରୋହର ସ୍ବର ବି ସବୁ ମହଲରୁ ଉଠିଲାଣି। ଏବେ ଦେଖିବାର କଥା, ନବୀନ ନିଜ ଘରକୁ କେତେ ସଜାଡିବାରେ ସଫଳ ହେଉଛନ୍ତି।
Miraculous Recovery: ସିଂହଦ୍ବାରରେ କାନ୍ଦିଥିଲା ବାପା, କୋମାରୁ ଫେରିଲା କୁନିପୁଅ

Major Anti Naxal Operation: ନକ୍ସଲ ମୁଳପୋଛ ନେଇ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ

Odisha’s Long Wait: କେବେ ଚେତା ପଶିବ ଓଡ଼ିଶାର, କଣ ପାଇଁ ଏତେ ଅବହେଳା ?

Managerial Negligence: ପେନକିଲର ଖାଇ କରୁଥିଲେ ପ୍ରୋଗ୍ରାମ୍ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)