/odishatv-khabar/media/media_files/2025/12/15/after-expulsion-from-congress-2025-12-15-21-10-16.jpg)
After Expulsion from Congress Photograph: (OTV)
୫ ଦିନ ତଳେ ବର୍ଷିଥିଲେ ଶୀର୍ଷ ନେତୃତ୍ବଙ୍କ ଉପରେ...ଆଉ ଆଜି ଦଳରୁ ହୋଇଗଲେ ବିଦା...କେନ୍ଦ୍ରୀୟ ନେତୃତ୍ବ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ କରିଥିଲେ ନିଶାନା...ଶେଷରେ ଦଳରୁ ସିଧା ହେଲେ ବହିଷ୍କାର...ମିଡ଼ିଆ ଆଗରେ ମନ୍ତବ୍ୟ ସହ ଦଳୀୟ ଶୃଙ୍ଖଳା ଭଙ୍ଗ ଦର୍ଶାଇ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ବିରୋଧରେ ପିସିସି ସଭାପତି ଭକ୍ତ ଦାସ ନେଇଛନ୍ତି ବଡ଼ ଆକ୍ସନ। ଆଉ ବହିଷ୍କାର ପରେ ମୁହଁ ଖୋଲି ମୋକିମ୍ କହିଛନ୍ତି, ଭାବିଥିଲି କଂଗ୍ରେସରେ ସୁଧାର ଆସିବ, କିନ୍ତୁ ମୋ’ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦଳକୁ ଆଇନା ଦେଖାଇବାକୁ ଯାଉଥିବାବେଳେ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ଗ୍ରହଣ କରୁଛି। ରାହୁଲ ଗାନ୍ଧି ବି ଭୁଲ୍ କଲେ କହିବାର ଅଧିକାର ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୮୩ ବର୍ଷ ବୟସ ହେଲାଣି, ଯୁବ ନେତାଙ୍କୁ ତିଆରି କରିବାରେ ସେ ଅସମର୍ଥ ବୋଲି କହିବା ସହ ବୟସକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏଥିରେ କହିବାରେ ଭୁଲ୍ କ’ଣ ବୋଲି କହିଛନ୍ତି ମୋକିମ୍। ପୂର୍ବରୁ ରାଜନୀତି କରିଛି, ଏବେ ବି କରିବି। ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ନିଜ ନିଷ୍ପତ୍ତି ନିଜେ ନେବେ ବୋଲି କହିଛନ୍ତି।
ମୋକିମଙ୍କୁ ଦଳରୁ ବହିଷ୍କାର, କଂଗ୍ରେସ ପାଇଁ ହେବ କି ଅଡ଼ୁଆ ? କାରଣ ମୋକିମଙ୍କ ବିରୋଧରେ ଏତେବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଛି। ଯେଉଁ ପଦ୍ଧତିରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି, ତାହା ଠିକ୍ ହୋଇନି ବୋଲି ଯୁକ୍ତି ବାଢ଼ିଛନ୍ତି ଦଳର ବରିଷ୍ଠ ନେତା। ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୋକିମଙ୍କ ଯେଉଁ ଅସନ୍ତୋଷ ଥିଲା, ତାର ଉପଷମର ଆବଶ୍ୟକତା ଥିଲା। ଦଳ ପାଇଁ ମୋକିମଙ୍କ ଥିଲା ବଡ଼ ଅବଦାନ। ନୂଆପଡ଼ା ଉପନିର୍ବାଚନ ପରେ ନିର୍ଦ୍ଧିିଷ୍ଟ ସମ୍ପ୍ରଦାୟ କଥା ଉଠାଇ ତାଙ୍କୁ ଯେଭଳି କୁହାଗଲା ତାହା ଠିକ୍ ନଥିଲା। ଏହା ଦଳର ନିଶ୍ଚୟ କ୍ଷତି କରିବ। ସେହିପରି ବରିଷ୍ଠ ନେତା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ଆକ୍ସନ ଦ୍ବାରା ଯେଉଁଠି ଫରକ ପଡୁକି ନପଡ଼ୁ, କଟକରେ କିନ୍ତୁ ନିଶ୍ଚିତ ପ୍ରଭାବ ପଡ଼ିବ।
ମୋକିମଙ୍କ ଚିଠି ଏବଂ ତାଙ୍କୁ ବହିଷ୍କାର ଘଟଣା ପରେ କେନ୍ଦ୍ରୀୟ ସ୍ତରରେ ନେତୃତ୍ବକୁ ନେଇ କଂଗ୍ରେସରେ କନ୍ଦଳ ପଦାକୁ ଆସିଛି। ଯାହାକୁ ନେଇ ସୋସିଆଲ୍ ମିଡ଼ିଆରେ ଛିଗୁଲାଇଛନ୍ତି ବିଜେପିର ଜାତୀୟ ମୁଖପାତ୍ର ଶେହଜାଦା ପୁନାୱାଲା। ଲେଖିଛନ୍ତି, ଦଳରେ ଥିବା ‘ଟିମ୍ ପ୍ରିୟଙ୍କା ବନାମ୍ ଟିମ୍ ରାହୁଲ୍’ ବିବାଦ ଖୋଲାଖୋଲି ସାମ୍ନାକୁ ଆସିଛି। ୮୩ ବର୍ଷୀୟ ଖଡ଼ଗେଙ୍କ ନେତୃତ୍ୱାଧିନ ଦଳ ଯୁବପୀଢ଼ିଙ୍କ ସହିତ ସମାନ ହୋଇପାରୁନାହିଁ। ଏସବୁ ଭିତରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଭକ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ କହିଛନ୍ତି, AICC ସଭାପତି ମଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ନିଶାନା କରିବା ଠିକ୍ ହେଲାନି। ଯେଉଁଥିପାଇଁ ତାଙ୍କୁ ଆଉ ସୋ’ କଜ୍ ମାଗିବା ଅନାବଶ୍ୟକ। ରାଜନୀତି ସମୀକ୍ଷକଙ୍କ ମତ, ମୋକିମ୍ ଙ୍କୁ ବହିଷ୍କାର କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ।
ମୋକିମଙ୍କୁ ବହିଷ୍କାର ପରେ ଭକ୍ତ ଦାସ ମିଡ଼ିଆ ସାମ୍ନାକୁ ଆସିନଥିବାବେଳେ ଏବେ ସମସ୍ତଙ୍କ ନଜର, ମୋକିମଙ୍କ ଗତି ଆଗକୁ କୁଆଡ଼େ।
After KISS Student’s Death: କିସ୍ ଛାତ୍ର ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା କରିବ OSCPCR

Dense Fog Paralyses Delhi: ୧୦୦ ବିମାନ ବାତିଲ , ୩୦୦ରୁ ଅଧିକ ବିମାନ ବିଳମ୍ବ ...ଟ୍ରେନ୍ ଚଳାଚଳ ଉପରେ ବି ପ୍ରଭାବ

Stipend Increased: ବଢ଼ିଲା ଷ୍ଟାଇପେଣ୍ଡ , ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ

Global Visa Application Centre: ଭିସା ପାଇଁ ଆଉ ଯିବାକୁ ପଡ଼ିବନି ବାହାରକୁ...ଭୁବନେଶ୍ୱରରେ ହେବ ଭିସା ସେଣ୍ଟର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)