କାର୍ଯ୍ୟ କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଜଣେ ମହିଳା ସାମ୍ବାଦିକ କିଭଳି ସାମ୍ନା କରିବ ? ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫର ମିଳିତ କର୍ମଶାଳାରେ ଏହାହିଁ ଥିଲା ଆଲୋଚନାର ପ୍ରସଙ୍ଗ।
Published By: Chandan Shishu
Last updated: 05 September 2022, 02:43 PM IST
ୟୁନିସେଫ୍ ପକ୍ଷରୁ ଦୁଇ ଦିନିଆ ଯୁବ ମହିଳା ସାମ୍ବାଦିକ କର୍ମଶାଳା ଅନୁଷ୍ଠିତ ହୋଇଛି। ସମ୍ ବା ସାଉଥ ଏସିଆନ ଓମେନ୍ ଇନ୍ ମିଡ଼ିଆ ଏବଂ ୟୁନିସେଫ୍ ମିଳିତ ଭାବେ ଏହି କର୍ମଶାଳା ଆୟୋଜନ କରିଛନ୍ତି।
ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଟେଲିଭିଜନର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଯୋଗ ଦେଇ ଗ୍ରାଉଣ୍ଡରେ ଜଣେ ମହିଳା ସାମ୍ବାଦିକ ସମ୍ମୁଖରେ ଥିବା ଚାଲେଞ୍ଜ ଏବଂ ତା’ର ସମାଧାନ ସଂପର୍କରେ ଉଦବୋଧନ ଦେଇଥିଲେ
ଏ ଅବସରରେ ଓଡ଼ିଶାର ୧୬ ଜଣ ମହିଳା ସାମ୍ବାଦିକଙ୍କୁ ଫେଲୋସିପ୍ ଦିଆଯିବାକୁ ସ୍ଥିର ହୋଇଛି।
ଜଣେ ମହିଳା ସାମ୍ବାଦିକ ସମ୍ମୁଖରେ ଥିବା ଚାଲେଞ୍ଜ ଏବଂ ତାର ସମାଧାନ ସଂପର୍କରେ ବୁଝାଉଛନ୍ତି ଜଣେ ସାମ୍ବାଦିକ
ଆୟୋଜିତ କର୍ମଶାଳାରେ ଓଡ଼ିଶା ଟେଲିଭିଜନର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ମହିଳା ସାମ୍ବାଦିକ କିଭଳି ସଶକ୍ତ ହୋଇପାରିବେ ସେନେଇ କର୍ମଶାଳାରେ ଚାଲିଛି ଆଲୋଚନା