ସଫଳତାର ସହ ସରିଲା ପ୍ରଥମ ଟ୍ରାଏଲ୍ ରନ୍। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହାୱଡାରୁ ପୁରୀ ପହଞ୍ଚିବାକୁ ଏହାକୁ ଲାଗିଥିଲା ୬ ଘଣ୍ଟା ୨୫ ମିନିଟ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି ହାଇସ୍ପିଡ୍ ଟ୍ରେନରେ ରହିଛି ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ୧୮୦ ଡିଗ୍ରୀ ଘୁରୁଥିବା ସିଟ୍ ଭଳି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା...
Published By: Chandan Shishu
Last updated: 28 April 2023, 10:27 PM IST
ପୂର୍ବ ନିର୍ଦ୍ଧାରିତ ଅନୁସାରେ ଅପରାହ୍ଣ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ପୁରୀ ଷ୍ଟେସନ ରେଳ ଟ୍ରାକ୍ରେ ଛିଡା ହୋଇଛି
ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ବନ୍ଦେ ଭାରତ ଟ୍ରେନ୍
ଟ୍ରେନରେ ଯାତ୍ରୀ ମାନଙ୍କ ରହିଛି ଦାମୀ ସିଟ୍, ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ସାଇଡ୍ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବା ବେଳେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି
ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନରେ ଅଟୋମେଟେଡ୍ କ୍ଲୋଜିଂ ଡୋରଠୁ ନେଇ ପ୍ରତି କୋଚରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଲାଗିଛି